ପୁରୀ ୨୩।୮: ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ର ସ୍ନାନ ବେଳେ ବୁଡ଼ିଯାଇ ଜଣେ ପର୍ଯ୍ୟଟକ ନିଖୋଜ । ସମୁଦ୍ରରେ ସ୍ନାନ କରୁଥିବା ସମୟରେ ସ୍ତ୍ରୀ ଓ ପୁଅ ସାମ୍ନାରେ ନିଖୋଜ ହୋଇଯାଇଛନ୍ତି ପର୍ଯ୍ୟଟକ । ନିଖୋଜ ପର୍ଯ୍ୟଟକ ଜଣକ ହେଉଛନ୍ତି ହାଇଦ୍ରାବାଦର ବିକାଶ ଚାନ୍ଦ । ଚୈତନ୍ୟ ଛକ ସମୁଦ୍ର କୂଳରେ ବୁଡ଼ିଯାଇ ଜଣେ ପର୍ଯ୍ୟଟକ ନିଖୋଜ । ସେଠାରେ ଉପସ୍ଥିତ ଥିବା ଲାଇଫ୍ ଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।
ସୂଚନାଯୋଗ୍ୟ ଯେ, ତେବେ ସୂଚନା ଅନୁଯାୟୀ ବିକାଶ ତାଙ୍କ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ । ଚୈତନ୍ୟ ଛକ ନିକଟ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଏକ ବଡ଼ ଲହଡ଼ି ତାଙ୍କୁ ସମୁଦ୍ର ଭିତରକୁ ଟାଣି ନେଇଥିଲା । ନିଜ ପୁଅ ଓ ସ୍ତ୍ରୀ ସାମ୍ନାରେ ବିକାଶ ଭାସି ଯାଉଥିବା ବେଳେ ପରିବାର ଲୋକେ ଚିତ୍କାର କରିଥିଲେ । ତେବେ ଲାଇଫ୍ ଗାର୍ଡ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ସମୁଦ୍ର ଭିତରକୁ ଯାଇ ଖୋଜାଖୋଜି ଜାରି ରଖିଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ ।
You Can Read: