ରିଜର୍ଭ ଫରେଷ୍ଟରେ ଥିବା ଚୋରା ଖଣିରୁ କୋଇଲା ପରିବହନ, ଖଣି ବିଭାଗ ପକ୍ଷରୁ ଥାନାରେ ମାମଲା

Published By : Prameya-News7 Bureau | April 06, 2025 IST

ସୁନ୍ଦରଗଡ଼ ୬ଚୋରା କୋଇଲା ଖଣିରୁ କୋଇଲା ପରିବହନ । ଥାନାରେ ଏତଲା ଦେଲା ଖଣି ବିଭାଗ । ସୁନ୍ଦରଗଡ଼ ହେମଗିରି ଥାନା ଗୋପାଳପୁରୁ ତେଲେନଡିହି ରିଜର୍ଭ ଫରେଷ୍ଟ ଜଙ୍ଗଲରେ ଏଭଳି ଚୋରା ଖଣି ଦେଖିବାକୁ ମିଳିଛି । ମାଫିଆଙ୍କୁ ଧରିବାକୁ ପୋଲିସ ଛାନଭିନ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ହେମଗିରି ଥାନା ଗୋପାଳପୁରୁ ତେଲେନଡିହି ରିଜର୍ଭ ଫରେଷ୍ଟ ଜଙ୍ଗଲରୁ ଚୋରା କୋଇଲା ଖଣିରୁ କୋଇଲା ପରିବହନ ହେଉଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ପରେ ଖଣି ବିଭାଗ ପକ୍ଷରୁ କନିଷ୍ଠ ଖଣି ବିଭାଗ ଅଧିକାରୀ ହେମଗିରି ଥାନାରେ ଏତଲା ଦେଇଛନ୍ତି । ଏତଲା ପରେ ମାଫିଆଙ୍କୁ ଧରିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରିଛି । 

ତେବେ ବର୍ଷ ବର୍ଷ ଧରି ମାଫିଆ ମାନେ ଜଙ୍ଗଲରୁ କୋଇଲା ଚୋରି କରୁଥିବା ବେଳେ ନାଥିଲା ପ୍ରଶାସନ ପାଖରେ ଖବର ନା ବନ ବିଭାଗ ପାଖରେ । ନା ଜାଣିଶୁଣି ସମସ୍ତେ ଚୁପ୍ ରହିଥିଲେ । ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଖଣି ବିଭାଗ ୨୭ ଟନ୍ କୋଇଲା ଜବତ କରିବା ସହ ଥାନାରେ ଏକ ଲିଖିତ ଅଭିଯୋଗ କରିଛି । କିନ୍ତୁ ଏହି ଅଭିଯୋଗରେ କାହାର ନାଁ ନଥିବାରୁ ସାଧାରଣରେ ଏହାକୁ ନେଇ ପ୍ରଶ୍ନ ଉଠିଛି ।

You Can Read:

ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ସେବାୟତଙ୍କ ଦାଦାଗିରି, ଗଣମାଧ୍ୟମର ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.