ଯାଜପୁର ୧୬।୩: ରାସ୍ତାରେ ପଡ଼ିଛି ପେନ୍ଥା ପେନ୍ଥା ଅଙ୍ଗୁର । ଯିଏ ପାଇଲା ସିଏ ବୋହିନେଲା । ଜାତୀୟ ରାଜପଥରେ ବିଛାଡ଼ି ହୋଇ ପଡ଼ିଛି ଅଙ୍ଗୁର ପେନ୍ଥା । ଯାଜପୁର ୧୬ନଂ ଜାତୀୟ ରାଜପଥ ମୂଳାପାଳ ଛକ ନିକଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଅଙ୍ଗୁର ବୋଝେଇ ଟ୍ରକ୍ ଦୁର୍ଘଟଣା ହେବା ପରେ ଏପରି ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ମୂଳାପାଳ ଛକ ନିକଟରେ ଅଙ୍ଗୁର ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଙ୍ଗୁର ବୋଝେଇ ଆଇଚର ସହ ଅନ୍ୟ ଏକ ଟ୍ରକ୍ ଧକ୍କା ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଆଇଚର ଗାଡ଼ିର ଡ୍ରାଇଭର ସମେତ ଅନ୍ୟ ଜଣେ ଚାପି ହୋଇ ରହିଥିଲେ । ଖବର ପାଇ ରସୁଲପୁର ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଗାଡି ଭିତରୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଧର୍ମଶାଳା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ସେପଟେ କୁଆଖିଆ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
You Can Read:
ସମ୍ପର୍କରେ ଲାଗିଲା କଳଙ୍କର ଛିଟା, ସ୍ୱାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲେ ସମ୍ପର୍କୀୟ କାକା !