କାକଟପୁର ୧୯।୪: ସରକାରୀ ଜମିରୁ କାଜୁ ତୋଳିବାକୁ ନେଇ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ମାରଣାସ୍ତ୍ର ଆକ୍ରମଣରେ ୧୫ରୁ ଅଧିକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦେବୀ ନଦୀ ମଧ୍ୟ ଭାଗରେ ରହିଥିବା ସୁନେଇଡିଆ ନାମରେ ପରିଚିତ ଏକ ସରକାରୀ ଟାପୁକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିବା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, ଦେବୀ ନଦୀ ମଧ୍ୟଭାଗରେ ରହିଥିବା ଏକ ସରକାରୀ ଜମିକୁ ଦୀର୍ଘ ବର୍ଷ ହେବ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ବାଲିଡିଆ ଗ୍ରାମର ଗ୍ରାମବାସୀ ମାନେ ପ୍ରାୟ ୨୫ ବର୍ଷ ହେବ ଚାଷ କରି ଆସୁଥିଲେ । ଗ୍ରାମର ଲୋକମାନେ କାଜୁ ଜଙ୍ଗଲ ସୃଷ୍ଟି କରି ସେଥିରୁ କାଜୁ ତୋଳିବା ପାଇଁ ସକାଳୁ ଯାଇଥିବା ବେଳେ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଜଗତସିଂହପୁର ଜିଲ୍ଲାର ତରାସାହି ଗାଁର ୨୦୦ରୁ ଅଧିକ ଲୋକ କାଜୁ ତୋଳିବାକୁ ଯାଇଥିବା ଦେଖିଥିଲେ । ବାଲିଡିଆ ଗାଁ ଲୋକଙ୍କୁ ତରାସାହି ଗାଁ ଲୋକ ବିଭିନ୍ନ ମାରଣାସ୍ତ୍ର ଦ୍ବାରା ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ବାଲିଡିଆ ଗାଁର ପ୍ରାୟ ୧୫ଜଣ ଲୋକ ଗୁରୁତର ଆହତ ହୋଇଥିଲେ । ଆହତ ମାନଙ୍କୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଅସ୍ତରଙ୍ଗ ପୋଲିସ ଅସ୍ତରଙ୍ଗ ମେଡିକାଲରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
You Can Read: