ସମ୍ବଲପୁର।ବ୍ରହ୍ମପୁର ୧୫।୩: ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସାହୁ କଲୋନୀରେ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକଙ୍କ ଆଦିତ୍ୟ ସାଲମା ବୋଲି ଜଣାପଡିଛି । ହୋଲି ଖେଳିବା ପରେ ବିବାଦ ଆରମ୍ଭ ହୋଇଥିଲା । ତେବେ ବିବାଦ ପରେ ଆଦିତ୍ୟ ସାଲମାକୁ ଛୁରୀ ଭୁସି ହତ୍ୟା କରାଯାଇଛି । ତେବେ ହତ୍ୟା ପରେ ମୃତ ଆଦିତ୍ୟଙ୍କୁ ଜିଲ୍ଲା ସଦର ମେଡିକାଲରେ ରଖାଯାଇଥିବା ବେଳେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ତେବେ ଘରୁ ଡାକି ନେଇ ହତ୍ୟା କରାଯାଇଥିବା ମୃତକଙ୍କ ମା’ ଓ ଭଉଣୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପୋଲିସ ଅଭିଯୁକ୍ତ ସାହୁଲ ସିଂକୁ ଗିରଫ କରିଥିବା ବେଳେ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିଛି ।
ସେପଟେ ଛୁରାମାଡ଼ରେ ଠିକାଦାରଙ୍କ ମୃତ୍ୟୁ ହୋଇଛି । ଲାଞ୍ଜିପଲ୍ଲୀ ଚାଣକ୍ୟନଗର ଅଞ୍ଚଳର ଠିକାଦାର ଟି.ରାମଚନ୍ଦ୍ର ପାତ୍ରଙ୍କୁ ହତ୍ୟା କରାଯାଇଛି । ପପୁନ ନାମକ ଜଣେ ଯୁବକ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହୋଲି ଖେଳିବା ପରେ ରାମଚନ୍ଦ୍ର ନିଜ ଘରେ ଅନ୍ୟ ଜଣେ ସାଙ୍ଗ ସହ ବସି କଥା ହେଉଥିବା ବେଳେ ପପୁନ ଆସିଥିଲା । କିଛି ସମୟ ପରେ କୌଣସି କାରଣକୁ ନେଇ ପପୁନ ଓ ରାମଚନ୍ଦ୍ରଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ପପୁନ ଏକ ଛୁରୀ ସାହାଯ୍ୟରେ ରାମଙ୍କ ଗଳାକୁ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ରାମଚନ୍ଦ୍ରଙ୍କୁ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ମଦ ପିଇବାକୁ ନ ଦେବାରୁ ପପୁନ ଛୁରୀ ଭୁସି ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି ।
You Can Read:
ହୋଲି ଖେଳକୁ ନେଇ ହତ୍ୟାକାଣ୍ଡ : ମଦ ନିଶାରେ ଯୁବକଙ୍କୁ ଆକ୍ରମଣ କରି ହତ୍ୟା ସନ୍ଦେହ