ମୁମ୍ୱାଇ ୦୪/୦୬: ୧୮ ବର୍ଷ ପରେ ଜର୍ସି ନଂ ୧୮ର ସ୍ୱପ୍ନ ପୂରଣ । ଆରସିବିର ପ୍ରଥମ ଆଇପିଏଲ୍ ଟାଇଟଲ୍ । ଦୀର୍ଘ ବର୍ଷ ପରେ ସ୍ୱପ୍ନକୁ ମିଳିଛି ବାସ୍ତବତା । ଆଉ ଏହି ବିଜୟ ପରେ ଖୁସିରେ ଭାଙ୍ଗିପଡିଥିଲେ ବିରାଟ । ଯାହା କୋହଲିଙ୍କ ଆଖିରେ ବାରି ହୋଇପଡୁିଥିଲା ସ୍ପଷ୍ଟ । ଏ ଲୁହ ଥିଲା ବିଜୟର । ବର୍ଷ ବର୍ଷ ଧରି ହୃଦୟରେ ଚାପି ହୋଇ ରହିଥିବା କୋହ ବାହାରି ଆସିଥିଲା ସର୍ବ ସମ୍ମୁଖରେ । ତେବେ ଏହି ବିଜୟ ପରେ ଖୁସି ଜାହିର କରିଛନ୍ତି ପୂର୍ବତନ ଆରସିବିଆନ୍ ଏବି ଡିଭିଲିୟର୍ସ ଓ ପୂର୍ବତନ ବିସ୍ଫୋରକ ବ୍ୟାଟର କ୍ରିସ୍ ଗେଲଙ୍କ ସହ ନିଜେ ବିରାଟ କୋହଲି ।
ଡିଭିଲିଅର୍ସ କହିଛନ୍ତିଏହି ବିଜୟ ୧୦ ଗୁଣ ଅଧିକ ସ୍ୱତନ୍ତ୍ର । ତେବେ ଏହାରି ଭିତରେ କିଛି ଖୁଲାସା କରିଛନ୍ତି ଏବି ଡିଭିଲିଅର୍ସ । ସେ କହିଛନ୍ତି ବହୁ ଦିନ ଧରି ବିରାଟ କୋହଲିଙ୍କୁ ଦେଖିବାକୁ ମିଳିଥିଲା ଆଗ୍ରେସିଭ୍ନେସରେ । ଆଉ ତାଙ୍କର ଏହି ଆଗ୍ରେସିଭ୍ନେସ ପାଲଟିଗଲା ତାଙ୍କର ପରିଚୟ । ବିଜୟ ପରେ ମୈଦାନରେ ଖୁସିରେ ଝୁମିବା, ପଞ୍ଚ୍ କରି ଚିୟର ଅପ୍ କରିବା, ଛାତିରେ ହାତ ବାଡେଇବା, ଉତ୍ଫୁଲିତ ହୋଇ ହାଇ-ଫାଇ କରିବା ସହ ବିପକ୍ଷଙ୍କୁ ଜବରଦସ୍ତ ଜୋଶ୍ ଦେଖାଇବା ।
ଏସବୁ ହେଉଛି କୋହଲିଙ୍କ ଷ୍ଟାଇଲ୍ । ତାଙ୍କର ଏହି ସିଗ୍ନେଚର ଷ୍ଟାଇଲ୍ ଯାହା ଆଶା ଥିଲା ଠିକ୍ ସେପରି ହୋଇଛି । ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରେ ମୈଦାନରେ ସେସବୁ ଦେଖିବାକୁ ମିଳିଥିଲା । ପ୍ରଥମ ଆଇପିଏଲ୍ ଟାଇଟଲ୍ ଜିତିବା ପାଇଁ ତାଙ୍କର ୧୮ ବର୍ଷର ଅପେକ୍ଷା ଏବେ ସବୁ ସରିଛି । ସେ ଏମିତି ଜଣେ ବ୍ୟକ୍ତିତ୍ୱ, ଯାହାଙ୍କ ପାଇଁ ଏସବୁ ଉତ୍ସର୍ଗୀକୃତ । କାରଣ ସିଏ ସେହି ସେହି ବ୍ୟକ୍ତିତ୍ୱ ଯିଏ, ତାଙ୍କର ସମଗ୍ର କ୍ୟାରିଅର୍ ଏକ ଫ୍ରାଞ୍ଚାଇଜ୍କୁ ଦେଇସାରିଛନ୍ତି । ତାଙ୍କର "ହୃଦୟ ଓ ଆତ୍ମା ବେଙ୍ଗାଲୁରୁ", ସେହି ମୁହୂର୍ତ୍ତଟି ଅତ୍ୟନ୍ତ ଭାରି ଥିଲା ।
ବିଜୟ ପରେ ସେସବୁ ସ୍ପଷ୍ଟ ବାରି ହୋଇପଡିଥିଲା । କାରଣ ହାତ ପାପୁଲିରେ ମୁହଁ ଲୁଚାଇ କାନ୍ଦିବା, ମନ ଖୋଲି ହସିବା ସେସବୁ ଜାହିର କରିଥିଲେ ଯେ, ଆରସିବି ପ୍ରତି କୋହଲିଙ୍କ ଭଲପାଇବା । ତାଙ୍କର ସମଗ୍ର କ୍ୟାରିଅର୍ ଏହି ମୁହୂର୍ତ୍ତ ପାଇଁ ଅପେକ୍ଷା କରି ରହିଥିଲା । ପୂର୍ବରୁ ତିନିଥର ନିକଟତର ହୋଇ, ଥରେ ଅଧିନାୟକ ଭାବେ ବି ସେ ଦେଖାଇଥିଲେ ତାଙ୍କର ବେଷ୍ଟ ।
ଆଉ ମଙ୍ଗଳବାର ସେ ଭାବପ୍ରବଣ ବୋଝ ଥିଲା ଅବର୍ଣ୍ଣନୀୟ । ଯେତେବେଳେ କୋହଲି ଭାବପ୍ରବଣ ହୋଇ କାନ୍ଦିଥିଲେ, ସେତେବେଳେ ନଜର ଆସିଥିଲେ ତାଙ୍କ ପୂର୍ବତନ RCB ସାଥୀ ଏବି ଡିଭିଲିଅର୍ସ । ସେ ବାଉଣ୍ଡରୀ ପାଖରେ ଛିଡାହୋଇ ବିଜୟ ସେଲିବ୍ରେସନ କରିବାକୁ ରେଡି ଥିଲେ । ଇସାର କରି କହିଥିଲେ ଆଉ ନୁହେଁ ଏଇଠି ଏସବୁର ଏଣ୍ଡ ହେଉ । ଅର୍ଥାତ୍ ସେ ଚାହୁଁଥିଲେ ଦୁଇ ଓଭର ପୂର୍ବରୁ ସବୁ ସାରିବାକୁ । ସେ ଆଉ ସମ୍ଭାଳିନପାରି କହିଥିଲେ କି, ମୁଁ ଯାଉଛି ଆଉ ଦେଖିବା ମୋ ପକ୍ଷେ ଅସମ୍ଭବ ।
ଏହା ପରେ ବୋଲିଂ କରିବାକୁ ଆସିଥିଲେ ହେଜଲଉଡ୍ । ଦ୍ୱିତୀୟ ବଲ୍ ପକାଇଥିଲେ, ଯାହା ଛକ୍କା ହୋଇପାରିନଥିଲା । କାରଣ ପଞ୍ଜାବକୁ ଦରକାର ଥିଲା ୫ ଛକ୍କା । ଶେଷରେ ମୁଁ ସେଠୁ ଚାଲିଗଲି। ମୁଁ ଜାଣିଥିଲି ଯେ, ମୁଁ ସେହି ଇନିଂସର ଶେଷ ତିନୋଟି ବଲ୍ ପାଇଁ ଲୁହକୁ କିପରି ରୋକିଛି । କିନ୍ତୁ ସେମାନେ ଜାଣନ୍ତି ଏହା କିପରି ଅନୁଭବ ହୁଏ ।
ଶେଷରେ ମ୍ୟାଚ୍ ପରେ ଡିଭିଲିଅର୍ସ ଓ କ୍ରିସ୍ ଗେଲଙ୍କ ସହ ଏକାଠି ସେଲିବ୍ରେସନ କରିଥିଲେ ସଭିଏଁ । ୩୬ ବର୍ଷୀୟ କୋହଲି କହିଛନ୍ତି ମଙ୍ଗଳବାରର ପଞ୍ଜାବ କିଙ୍ଗସ୍ ବିପକ୍ଷ ବିଜୟ ବହୁତ ଅର୍ଥପୂର୍ଣ୍ଣ ଥିଲା । କାରଣ ତାଙ୍କ ପୁରୁଣା ସାଥୀ ଖେଳାଳି ତାଙ୍କୁ ଚିଅରଅପ୍ କରିବାକୁ ଆସିଥିଲେ । ଯାହାକି ତାଙ୍କ ପାଇଁ ଥିଲା ବେଶ୍ ସ୍ପେଶାଲ । କାରଣ ଏହି ଦୁଇଜଣଙ୍କ ସହ ଆରସିବିରେ ମୁଁ ଅନେକ ବର୍ଷ କାଟିଛି, ଅନେକ ବର୍ଷ, ଖେଳିଛି । ଯାହାକି ଥିଲା ମୋର ଶ୍ରେଷ୍ଠ ବର୍ଷ । ଆମେ ଏହାକୁ ଜିତିବା ପାଇଁ ବହୁତ ଚେଷ୍ଟା କରିଥିଲୁ ବୋଲି କୋହଲି କହିଛନ୍ତି ।
🗣🗣 My heart is for Bangalore, my soul is for Bangalore...this is the team I will play for until the last day that I play the IPL.
— IndianPremierLeague (@IPL) June 3, 2025
🎥 Virat Kohli, straight from the heart as a #TATAIPL champion ❤#RCBvPBKS | #Final | #TheLastMile | @imVkohli | @RCBTweets pic.twitter.com/4UI4yNKLuB
ଆମେ ଅନୁଭବ କରିଥିଲୁ ଯେ ଆମେ କିଛି ଥର ନିକଟତର ଥିଲୁ । ଆମର ଦଳ ଟପ୍ ଥିଲା, ପ୍ରଦର୍ଶନ ବି ବେଷ୍ଟ ଥିଲା । କିନ୍ତୁ ଆମେ କେବେ ଟ୍ରଫି ହାତେନଥିଲୁ । ଆମେ ସମସ୍ତେ ଦୁଃଖ ଅନୁଭବ କରିଥିଲୁ କାରଣ ଆମେ ଆମର ସର୍ବୋତ୍ତମ ବର୍ଷ ଏହି ଫ୍ରାଞ୍ଚାଇଜିକୁ ଦେଇଥିଲୁ। ହୃଦୟକୁ ବାଧୁଥିଲା କି, ଆମେ RCBକୁ ଜିତାଇ ପାରୁନଥିଲୁ । ଏବେ ମୁଁ ୧୦ ଗୁଣ ଅଧିକ ସ୍ୱତନ୍ତ୍ର ଅନୁଭବ କରୁଛି । କାରଣ ମୋ ପୁରୁଣା ବନ୍ଧୁ ମୋ ପାଖରେ ଅଛନ୍ତି ।
ସତରେ ଏହି ଟ୍ରଫିରେ ସେମାନଙ୍କର ଭାଗିଦାରୀ ବି ସେତିକି ଯେତିକି ମୋର । କୋହଲି ମଧ୍ୟ RCB ପ୍ରଶଂସକଙ୍କ ସହିତ ତିନି ଜଣଙ୍କ ସମ୍ପର୍କକୁ ପ୍ରଶଂସା କରି କହିଛନ୍ତି ଯେ ଡିଭିଲିଅର୍ସ ଏବଂ ଗେଲ୍ ଏବେ ବି ବେଙ୍ଗାଲୁରକୁ ପସନ୍ଦ କରନ୍ତି । ଯେତେବେଳେ ବି ସେମାନେ ବେଙ୍ଗାଲୁରୁକୁ ଆସନ୍ତି, ଆପଣ ଦେଖିବେ ଲୋକମାନେ ସେମାନଙ୍କୁ କେତେ ଭଲ ପାଆନ୍ତି । କାରଣ ସେମାନେ ଜାଣନ୍ତି ଏହି ଦଳ ପାଇଁ ସେମାନେ କେତେ କଣ କରିଛନ୍ତି । ସେମାନେ ମଧ୍ୟ ମୋ ପରି ଏହାର ଯୋଗ୍ୟ । କୋହଲି କହିଛନ୍ତି ମୁଁ ଜାଣେ ଲୋକେ ବହୁତ ଇମୋସନରେ ଭାସି ଯାଇପାରନ୍ତି, କିନ୍ତୁ ଏହି ଦୁଇଜଣ ସେମାନଙ୍କର ସବୁକିଛି ଦେଇଛନ୍ତି।