ଭଦ୍ରକ ୨୪।୦୮ : ଉପରମୁଣ୍ଡରେ ଲଗାଣ ବର୍ଷା । ବୈତରଣୀରେ ନଦୀରେ ବଢୁଛି ଜଳସ୍ତର । ଭଦ୍ରକ ଜିଲ୍ଲାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ ।
ତେବେ ଶନିବାର ରାତିରୁ ଜଳସ୍ତର ହ୍ରାସ ପାଉଛି । ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ସକାଳ ୯ ସୁଦ୍ଧା ୧୮.୫୧ ମିଟରରେ ଜଳ ପ୍ରବାହିତ ହେଉଛି । କେନ୍ଦୁଝର ଓ ଆନନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ପୁଣି ବୈତରଣୀ ନଦୀ ଫୁଲୁଛି । ତେବେ ଶନିବାର ବିଳମ୍ବିତ ରାତିରେ ବୈତରଣୀ ନଦୀ ୧୮.୫୫ ମିଟରରେ ପ୍ରବାହିତ ହୋଇଥିବା ବେଳେ ଧୀରେ ଧୀରେ ଜଳସ୍ତର ହ୍ରାସ ହେଉଛି । ଜିଲ୍ଲାରେ ରାତିରେ ବର୍ଷା ହେଉଥିବା ବେଳେ ସକାଳୁ ବର୍ଷାର ପରିମାଣ କମିଛି । ବୈତରଣୀ ନଦୀର କଣ୍ଟି ଘାଇ ଦେଇ ବନ୍ୟା ଜଳ ବାହାରିଥିଲେ ମଧ୍ୟ ଜନବସତିକୁ ପ୍ରଭାବିତ କରିନାହିଁ ।