କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ଷଷ୍ଠ ବନ୍ୟାରେ ଚାଷୀକୂଳ ହତାଶ

Published By : Prameya-News7 Bureau | August 28, 2025 IST

ଭୋଗରାଇ ୨୮।୮: କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । କିନ୍ତୁ ଗାଁରୁ ଛାଡିନି ସୁବର୍ଣ୍ଣରେଖା ନଦୀର ଷଷ୍ଠ ବନ୍ୟା ଜଳ । ବନ୍ୟା ପାଣି ସାମାନ୍ୟ କମିଥିବା ବେଳେ ଚାଷର ଅବସ୍ଥା ଦେଖି ଚାଷୀକୂଳ ହତାଶ ହୋଇପଡିଛନ୍ତି । ଏହାରି ଭିତରେ ଭୋଗରାଇର କୁସୁଡ଼ା, ଗବଗାଁ, ମନୁନଗର, କୁମ୍ଭୀରଗଡି, ଆରୁହାବୃତ୍ତି , କଚୁଆଡ଼ି ଆଦି ଗାଁର ଦୁର୍ଦ୍ଦଶା କଥା କହିଲେ ନସରେ । ଧାନ, ପନିପରିବା ଓ ଝୋଟ ଚାଷ ହେକ୍ଟର ହେକ୍ଟର ନଷ୍ଟ ହୋଇଥିବା ବେଳେ କେମିତି ଅଣ୍ଟା ସଳଖିବେ ଚାଷୀ । 

ସୁବର୍ଣ୍ଣରେଖାର ଷଷ୍ଠ ବନ୍ୟାରେ ହଜାର ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ରିଲିଫ ସାମଗ୍ରୀ କିଛି ମାତ୍ରାରେ ପହଞ୍ଚୁଥିବା ବେଳେ ସ୍ୱାସ୍ଥ୍ୟସେବା ଓ ପାନୀୟ ଜଳ ଲୋକଙ୍କ ପାଖରେ ପହଞ୍ଚୁ ନଥିବା ଅଭିଯୋଗ ହୋଇଛି । ସଠିକ୍ ଭାବରେ ତଦନ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ସହାୟତା ଯୋଗାଇବାକୁ ଲୋକେ ଅନୁରୋଧ କରିଛନ୍ତି ।  

You Can Read:

ପୋଡ଼ମପେଟା ସମୁଦ୍ର ନିକଟରେ ଓଲଟିଲା ଡ଼ଙ୍ଗା, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.