ଭାରତର ସିରିଜ୍‌ ପରାଜୟ, ଶେଷ ଟି-୨୦କୁ ୮ ୱିକେଟରେ ଜିତିଲା ୱେଷ୍ଟଇଣ୍ଡିଜ୍

Published By : Prameya-News7 Bureau | August 14, 2023 IST

ମୁମ୍ବାଇ ୧୪।୦୮ : ଶେଷ ହୋଇଛି ଭାରତୀୟ ଟିମ୍‌ର ଓ୍ୱେଷ୍ଟଇଣ୍ଡିଜ୍‌ ଗସ୍ତ । ପ୍ରଥମ ଟେଷ୍ଟ, ପରେ ଦିନିକିଆ ସିରିଜ୍‌କୁ ଜିତିବାରେ ସକ୍ଷମ ହୋଇଥିଲା ଟିମ୍‌ ଇଣ୍ଡିଆ । କିନ୍ତୁ ଟି-୨୦ ସିରିଜ୍‌ରେ ପରାଜୟର ସାମ୍ନା କରିଛି ଟିମ୍‌ ଇଣ୍ଡିଆ । ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଫେଲ୍‌ ମାରିବା ପରେ ସିରିଜ୍‌ ହାରିଛି ଭ୍ରମଣକାରୀ ଦଳ ।

wp:html /wp:html

ଟି-୨୦ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଜିତିଥିଲା ଘରୋଇ ଓ୍ୱେଷ୍ଟଇଣ୍ଡିଜ୍‌ ଟିମ୍‌ । କିନ୍ତୁ ତୃତୀୟ ଏବଂ ଚତୁର୍ଥ ଟି-୨୦ ମ୍ୟାଚ୍‌ରେ କମ୍‌ବ୍ୟାକ୍‌ କରିଥିଲା ପାଣ୍ଡ୍ୟ ବାହିନୀ । ଆଉ ଶେଷ ମ୍ୟାଚ୍‌ ଉଭୟ ଟିମ୍‌ ପାଇଁ ଥିଲା ବେଶ୍‌ ଚ୍ୟାଲେଞ୍ଜପୂର୍ଣ୍ଣ । କାହିଁକି ନା ଯିଏ ପଞ୍ଚମ ଟି-୨୦ ମ୍ୟାଚ୍‌ ଜିତିବ , ସିଏ ହିଁ ସିରିଜ୍‌ ଜିତିବ ।

ଶେଷରେ ପଞ୍ଚମ ଟି-୨୦ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ଶେଷ ମ୍ୟାଚ୍‌ରେ ବି ଫେଲ୍‌ ମାରିଥିଲା ବ୍ୟାଟିଂ ଲାଇନ୍‌ ଅପ । ୨୦ ଓଭରରେ ଟିମ୍‌ ଇଣ୍ଡିଆ ୯ ଓ୍ୱିକେଟ୍‌ ହରାଇ ୧୬୫ ରନ୍‌ କରିଥିଲା । ଦଳ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ସର୍ବାଧିକ ୬୧ ରନ୍‌ କରିଥିଲେ । ଆଉ ସବୁ ବ୍ୟାଟର ମାରିଥିଲେ ଫେଲ୍‌ । ଶେଷରେ ୧୬୬ ରନ୍‌ ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ଓ୍ୱେଷ୍ଟଇଣ୍ଡିଜ୍‌ ବ୍ୟାଟର । ଘରୋଇ ଦଳ ୨ ଓଭର ବାକି ଥାଇ ଟାର୍ଗେଟକୁ ପୂରଣ କରିଦେଇଥିଲା । ଓ୍ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ବ୍ରାଣ୍ଡନ୍ କିଙ୍ଗ ସର୍ବାଧିକ ୮୫ ରନ୍‌ କରିଥିବା ବେଳେ ନିକୋଲାସ ପୁରନ ବିସ୍ଫୋରକ ୪୭ରନ୍‌ର ପାରି ଖେଳିଥିଲେ । ଦଳ ମାତ୍ର ୨ଟି ଓ୍ୱିକେଟ୍‌ ହରାଇ ଟାର୍ଗେଟକୁ ହାସଲ କରିଥିଲା ।

ଶେଷରେ ପଞ୍ଚମ ମ୍ୟାଚ୍‌ରେ ୪ ଓଭରରେ ୩୧ ରନ୍‌ ଦେଇ ୪ଟି ଓ୍ୱିକେଟ୍‌ ନେଇଥିବା ରୋମାରିଓ ସେଫର୍ଡଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ର ପୁରସ୍କାର ଦିଆଯାଇଥିଲା ।  ଆଉ ପୁରା ଟି-୨୦ ସିରିଜ୍‌ରେ ଦମ୍‌ଦାର ବ୍ୟାଟିଂ କରିଥିବା ନିକୋଲାସ ପୁରାନ୍‌ଙ୍କୁ ପ୍ଲେୟାର ଅଫ ଦି ସିରିଜ୍‌ର ପୁରସ୍କାର ଦିଆଯାଇଥିଲା ।  

ସୂଚନାଯୋଗ୍ୟ ଯେ, ଶେଷରେ ଦୀର୍ଘ ବର୍ଷ ପରେ ଭାରତ ଠାରୁ ସିରିଜ୍‌ ଜିତିବାରେ ସକ୍ଷମ ହୋଇଛି ଓ୍ୱେଷ୍ଟଇଣ୍ଡିଜ୍‌ ଟିମ୍‌ । ତେବେ ପୁରା ସିରିଜ୍‌ରେ ଟିମ୍‌ ଇଣ୍ଡିଆ ଫେଲ୍‌ ହେବା ପଛର କାରଣ କଣ ? ପୁରା ସିରିଜ୍‌ରେ ଫେଲ୍‌ ମାରିଥିଲା ଟିମ୍‌ ଇଣ୍ଡିଆର ବ୍ୟାଟିଂ ଓ ବୋଲିଂ ଲାଇନ୍‌ଅପ ।

wp:embed {"url":"https://www.prameyanews7.com/sachin-congratulates-the-champion-indian-hockey-team-in-the-asian-championship-trophy/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sachin-congratulates-the-champion-indian-hockey-team-in-the-asian-championship-trophy/
/wp:embed



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.