ନୂଆଦିଲ୍ଲୀ ୦୪।୦୬: ଆଇପିଏଲ୍ ୨୦୨୫ । ଟାଇଟଲ୍ ହାତେଇଛି ଆରସିବି । ୧୮ ବର୍ଷ ପରେ ହୋଇଛି ଚାମ୍ପିଅନ୍ । ମ୍ୟାଚ୍ ବିଜୟୀ ସମୟରେ ‘ଇ ସାଲା କପ୍ ନାମଡୁ’ର ଏକ ନାରା ସମସ୍ତେ ଦେଇଥିଲେ । ଯାହା ବେଶ୍ ଚର୍ଚ୍ଚାକୁ ଆସିଥିଲା । ଏମିତିକି ଦିଗ୍ଗଜ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ସମସ୍ତଙ୍କ ମୁହଁରେ ଏହି ନାଁ । ତେବେ ଏହାର ଅର୍ଥ କଣ ? ବାସ୍ତବରେ ଏହା ଏକ କନ୍ନଡ ଭାଷା । ଏହାର ଅର୍ଥ ହେଉଛି - ଏଥର କପ୍ ଆମର।
ବର୍ଷ ବର୍ଷ ଧରି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫ୍ୟାନ୍ସ ଏହି ସ୍ଲୋଗାନକୁ ବ୍ୟବହାର କରିଆସୁଛନ୍ତି। ଶେଷରେ ଆଇପିଏଲ୍ ୨୦୨୫ରେ ଏହି ନାରାର ସ୍ୱପ୍ନ ସାକାର ହୋଇଛି । ଆରସିବି ଏକ ରୋମାଞ୍ଚକର ମ୍ୟାଚ୍ ରେ ପଞ୍ଜାବ କିଙ୍ଗସକୁ ୬ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ଆଇପିଏଲ୍ ଟ୍ରଫି ଜିତିଥିଲା । ଏହି ଐତିହାସିକ ବିଜୟ ପରେ, ପୁରା ଷ୍ଟାଡିୟମ ସେଲିବ୍ରେସନ ହେଉଥିଲା । ସେହିସମୟରେ ଟିମ୍ର ଅଭିଜ୍ଞ ପ୍ଲେୟର ଗୋଟିଏ ସ୍ୱରରେ କହୁଥିଲେ - 'ଇ ସାଲା କପ୍ ନାମଡୁ'!
୧୮ତମ ସିଜିନରେ ପ୍ରଥମ ଥର ପାଇଁ ଟାଇଟଲ ଜିତିବା ପରେ ବିରାଟ କୋହଲି ଭାବପ୍ରବଣ ହୋଇଥିଲେ । ବିରାଟ କୋହଲିଙ୍କ ବନ୍ଧୁ ଏବଂ ପୁରୁଣା ସାଥୀ ପ୍ଲେୟର ଏବି ଡିଭିଲିୟର୍ସ ଏବଂ କ୍ରିସ୍ ଗେଲ୍ ମଧ୍ୟ ଆରସିଏର ଏହି ବିଜୟ ଉତ୍ସବରେ ସାମିଲ ହୋଇଥିଲେ। ଏହାପରେ ତିନିଜଣ ଏକ ସ୍ୱରରେ ଇ ସାଲା କପ୍ ନାମଡୁ ବୋଲି କହିଥିଲେ । ଏହି ବିଶେଷ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।