୬ ମାସର ଉଚ୍ଚତମ ସ୍ତରକୁ ଛୁଇଁଲା ଗହମ ଦର, ଅଟା ହେବ ମହଙ୍ଗା!

Published By : Prameya-News7 Bureau | August 08, 2023 IST

ନୂଆଦିଲ୍ଲୀ ୮।୮: ଗହମ ମୂଲ୍ୟବୃଦ୍ଧି ଥମିବାର ନାଁ ନେଉନି। ଦେଶରେ ଗହମ ଦର ଗତ ୬ ମାସର ଉଚ୍ଚତମ ସ୍ତରକୁ ପହଞ୍ଚିଛି। ଆଗକୁ ଉତ୍ସବ ଋତୁ ଥିବା ବେଳେ ଚାହିଦା ଦୃଷ୍ଟିରୁ ଏବେ ଅଟା ଦର ବଢିବ ବୋଲି ଅନୁମାନ କରାଗଲାଣି। ଗହମର ଏପରି ମୂଲ୍ୟ ବୃଦ୍ଧି ପରେ ଆଶା କରାଯାଉଛି ସରକାର ଇମ୍ପୋର୍ଟ ଡ୍ୟୁଟି ହ୍ରାସ କରିପାରନ୍ତି । ଆଗକୁ ବିଧାନସଭା ଓ ସାଧାରଣ ନିର୍ବାଚନ ଥିବାରୁ ସରକାର ଗହମ ଦର ନିୟନ୍ତ୍ରଣ ନିମନ୍ତେ ଏପରି ପଦକ୍ଷେପ ନେଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଶସ୍ତା ହେଲା ସୁନା, କମିଲା ରୂପା ମୂଲ୍ୟ, ଜାଣନ୍ତୁ କେତେ ?

ଗହମର ଦରବୃଦ୍ଧି ଜାରି ରହିଲେ ଅଟାରେ  ଉତ୍ପାଦର ଦର ମଧ୍ୟ ବଢିପାରେ ବୋଲି ଏବେ ଆଶଙ୍କା କରାଗଲାଣି। ବିସ୍କୁଟ୍‌ରୁ ଆରମ୍ଭ କରି ବ୍ରେଡ ପର୍ଯ୍ୟନ୍ତ ସବୁ ମହଙ୍ଗା ହୋଇପାରେ । ଗତ ଜୁନ୍ ମାସରେ ଖାଦ୍ୟ ମୁଦ୍ରାସ୍ପିତି ହାର ୨.୯୬ ପ୍ରତିଶତରୁ ବଢି ୪.୪୯ ପ୍ରତିଶତକୁ ଛୁଇଁଥିଲା। ଏଥିରେ ଯଦି ଗହମ ମୂଲ୍ୟ ନିୟନ୍ତ୍ରିତ ନ ହେଲା ତେବେ ଖାଦ୍ୟମୁଦ୍ରାସ୍ପିତି ହାର ଆହୁରି ବଢିପାରେ ବୋଲି ଆଶାଙ୍କା କରାଯାଉଛି। ରିପୋର୍ଟ ଅନୁସାରେ ବ୍ୟବସାୟୀଙ୍କ ସୂତ୍ରରେ ଆସୁଥିବା ସୂଚନାରେ ଦେଶର ଗହମ ଉତ୍ପାଦନ କରୁଥିବା ପ୍ରମୁଖ ରାଜ୍ୟମାନଙ୍କର ଚାଷୀଙ୍କ ପକ୍ଷରୁ ଏବେ ଗହମ ବିକ୍ରି ବନ୍ଦ ହୋଇଯାଇଛି। ଏଣୁ ଅଟାମିଲର ଏବେ ପର୍ଯ୍ୟାପ୍ତ ଗହମ ଷ୍ଟକ୍‌ କ୍ରୟ କରିପାରୁନାହାନ୍ତି।

{"id":828135,"width":842,"height":473,"sizeSlug":"full","linkDestination":"none"}

ମଧ୍ୟପ୍ରଦେଶ ଇନ୍ଦୋରରେ ଗହମ ମୂଲ୍ୟରେ ୧.୫ ପ୍ରତିଶତ ବୃଦ୍ଧି ହୋଇଛି। ଫଳରେ ପ୍ରତି ମେଟ୍ରିକ ଟନ୍‌ ଦର ୨୫,୪୪୬ ଟଙ୍କାକୁ ପହଞ୍ଚିଛି। ୧୦ ଫେବୃଆରୀ ୨୦୨୩ ପରେ ଗହମର ଏହା ସର୍ବାଧିକ ଦର ବୋଲି ଏବେ କୁହାଯାଉଛି। ଗତ ୪ ମାସରେ ଗହମ ମୂଲ୍ୟ ୧୮ ପ୍ରତିଶତ ବୃଦ୍ଧି ଦେଖାଯାଇଛି।୧ ଅଗଷ୍ଟ ସୁଦ୍ଧା ସରକାରଙ୍କ ଗୋଦାମମାନଙ୍କରେ ୨୮.୩ ନିୟୁତ ମେଟ୍ରିକ ଟନ ଗହମ ଗଛିତ ଥିଲା। ବର୍ଷକ ପୂର୍ବରୁ ଏହି ଦିନ ସୁଦ୍ଧା ସରକାରଙ୍କ ଷ୍ଚକରେ ଏହା ୨୬.୬ ନିୟୁତ ଟନ ଗହମ ଥିଲା। ଏଣୁ ବର୍ତ୍ତମାନ ଉପୁଜିଥିବା ପରିସ୍ଥିତିରେ ସରକାରଙ୍କୁ ତାଙ୍କ ଷ୍ଟକ୍‌ରୁ ଖୋଲାବଜାରକୁ ଗହମ ଛାଡିବା ଦରକାର ବୋଲି ଟ୍ରେଡରମାନେ କହୁଛନ୍ତି।

ଏମାନେ ଦୁନିଆର ସବୁଠାରୁ ମହଙ୍ଗା ଫୁଲ, ଜାଣନ୍ତୁ କେତେ ଟଙ୍କାରେ କିଣିପାରିବେ ?

ଯାହା ଫଳରେ ଉତ୍ସବ ଋତୁରେ ଗହମ ଅଭାବ ଟଳାଯାଇ ପାରିବା ସହ ବଜାରରେ ଦର ନିୟନ୍ତ୍ରିତ ରଖାଯାଇପାରିବ। ଏହା ପୂର୍ବରୁ ଗତ ସପ୍ତାହରେ ସରକାର ଗହମ ଆମଦାନୀ ଉପରେ ଲାଗୁ ହେଉଥିବା ୪୦ ପ୍ରତିଶତ ଇମ୍ପୋର୍ଟ ଡ୍ୟୁଟି ହ୍ରାସ କରିବେ ବୋଲି ସଂକେତ ଦେଇଥିଲେ। ତେବେ ବଜାରରେ ଉପୁଜିଥିବା ପରିସ୍ଥିତିରେ ଇମ୍ପୋର୍ଟ ଏବେ ବହୁତ ଜରୁରି ବୋଲି ବିଶେଷଜ୍ଞ କହିଛନ୍ତି। ଏଥିରେ ସରକାର ଯଦି ଇମ୍ପୋର୍ଟ ଟ୍ୟାକ୍ସ ହ୍ରସ କରନ୍ତି ଏହା ବ୍ୟବସାୟୀଙ୍କ ଲାଗି ଉତ୍ସାହଜନକ ହୁଅନ୍ତା। ଚଳିତବର୍ଷ ଦେଶରେ ଗହମର ବମ୍ପର ଉତ୍ପାଦନ ହୋଇଥିଲା। ଏହା ସତ୍ତ୍ୱେ ସରକାର ଗମହ ରପ୍ତାନୀ ଉପରେ ଲଗାଇଥିବା ରୋକ ହଟାଇ ନଥିଲେ। ଆଗକୁ ନିର୍ବାଚନ ଥିବାରୁ ଦେଶରେ ଗହମ ଦର ନିୟନ୍ତ୍ରିତ କରିବାକୁ ସରକାର ରପ୍ତାନୀ ରୋକ ହଟାଇ ନଥିଲେ ମଧ୍ୟ ଦେଶରେ ଏବେ ଗହମ ଅଭାବ ଦେଖା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.