ନନ୍ଦନକାନନରେ ଧଳା ବାଘୁଣୀ ମୌସୁମୀର ଅଢ଼େଇ ମାସର ଅଣ୍ଡିରା ଧଳା ଶାବକର ମୃତ୍ୟୁ

Published By : Prameya-News7 Bureau | August 24, 2025 IST

ବାରଙ୍ଗ ୨୪।୮: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘୁଣୀ ମୌସୁମୀର ଅଢେଇ ମାସର ଅଣ୍ଡିରା ଧଳା ଶାବକର ମୃତ୍ୟୁ । ଗତ ଜୁନ୍ ୭ ତାରିଖରେ ଜନ୍ମ ହୋଇଥିବା ବେଳେ ୧୧ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲା । ପ୍ରାଣୀ ଚିକିତ୍ସକଙ୍କ ଅଧିନରେ ଚିକିତ୍ସିତ ହେଉଥିଲା । ଗତ ଶନିବାର ସକାଳେ ତାର ହଠାତ ମୃତ୍ୟୁ ହୋଇଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର୍ ନାରାୟଣ ସୂଚନା ଦେଇଛନ୍ତି । ବର୍ତ୍ତମାନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୮କୁ ଖସିଆସିଛି । 

ପ୍ରାଣୀ ଉଦ୍ୟାନର ୨୮ନଂ ଫିଡ଼ିଂ ଚ୍ୟାମ୍ୱରରେ ରହୁଥିବା ୯ ବର୍ଷିଆ ଧଳା ବାଘୁଣୀ ମୌସୁମୀ ଗତ ଜୁନ୍ ୭ ତାରିଖ ରାତିରେ ଦୁଇ ଘଣ୍ଟା ଅନ୍ତରରେ ଦୁଇଟି ଶାବକ ଜନ୍ମ ଦେଇଥିଲା । ଖୁଆଡରେ ଲାଗିଥିବା ସିସିଟିଭି ମାଧ୍ୟମରେ ତା ଉପରେ ନଜର ରଖାଯାଇଥିଲା । ମୌସୁମୀ ଛୁଆମାନଙ୍କର ଯତ୍ନ ନେବା ସହିତ କ୍ଷୀରପାନ କରୁଥିବା ଦେଖିବାକୁ ମିଳିଥିଲା । ଜୁନ୍ ୧୧ ତାରିଖ ଅପରାହ୍ନ ୧ଟା୩୦ମିନିଟ୍ ସୁଦ୍ଧା ଧଳା ଛୁଆଟି ଅସୁସ୍ଥ ଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା । ବାଘୁଣୀ ଦୁଇ ଶାବକକୁ ପାଖରେ ପୂରାଇ ଦେଇ ନଥିଲା । ତେଣୁ ଦୁଇ ଶାବକକୁ ବଞ୍ଚାଇବା ପାଇଁ କର୍ତ୍ତୃପକ୍ଷ   ସନ୍ଧ୍ୟା ୭ଟାରେ ମା’ ଠାରୁ ଦୁଇ ଶାବକଙ୍କୁ ଅଲଗା କରି ଶିଶୁ ଲାଳନ ପାଳନ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ । ଧଳା ଅଣ୍ଡିରା ବାଘ ଶାବକ ଓଜନ କମ୍ ଥିବାବେଳେ ଗୁରୁତର ହୋଇଯାଇଥିଲା । ତେଣୁ ତାକୁ ଇନକ୍ୟୁବେଟରରେ ରଖାଯାଇ ତା ଉପରେ ନଜର ରଖାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାର ଗତ ଶନିବାର ସକାଳୁ ହଠାତ ମୃତ୍ୟୁ ହୋଇଛି ।

You Can Read:

ନୂଆଁଖାଇ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି, ମା’ ସମଲେଇଙ୍କ ମନ୍ଦିରକୁ ଆସିଲା ନୂଆ ଧାନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.