ମାସକରେ ୨୮% ମହଙ୍ଗା ହେଲାଣି ପିଆଜ, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | August 10, 2023 IST

ନାସିକ୍ ୧୦।୮: ମାତ୍ରାଧିକ ବର୍ଷା ଯୋଗୁ ସାରା ଦେଶରେ ଟମାଟର ଫସଲ ପ୍ରଭାବିତ ହୋଇଛି। ଫଳରେ ଟମାଟର ଉତ୍ପାଦନ ହ୍ରାସ ହୋଇଛି। ଯୋଗାଣ ପ୍ରଭାବିତ ହେବା ଯୋଗୁ ଟମାଟୋ ଅଧିକ ମହଙ୍ଗା ହୋଇଯାଇଛି। ଟମାଟୋ ମୂଲ୍ୟରେ ଏବେ ପ୍ରାୟ ୩୦୦ ପ୍ରତିଶତ ରୁ ଅଧିକ ବୃଦ୍ଧି ଦେଖାଯାଉଛି। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ମଜଭୁତ ଯୋଗାଣ ସତ୍ତ୍ୱେ ବଜାରରେ ଏବେ ପିଆଜ ମହଙ୍ଗା ହେବାରେ ଲାଗିଛି। ଗତ ଏକ ମାସ ମଧ୍ୟରେ ପିଆଜ ଦରରେ ପାଖାପାଖି ୨୮ ପ୍ରତିଶତର ରେକର୍ଡ ବୃଦ୍ଧି ହୋଇଛି।

ଟମାଟୋ ବିକି କୋଟିପତି, ଚାଷୀ କିଣିଲେ SUV କାର, ଏବେ ବିବାହ କରିବାକୁ ଇଚ୍ଛା

ପିଆଜର ଏପରି ମୂଲ୍ୟ ବୃଦ୍ଧି ସମ୍ପର୍କରେ ଏଗମାର୍କନେଟ୍‌ ତଥ୍ୟରୁ ଜଣାପଡିଛି। ଏଗମାର୍କନେଟ୍‌ ଅନୁସାରେ ଏସିଆର ସର୍ବ ବୃହତ୍ତ ପିଆଜ ମଣ୍ଡି ଲାସଲଗାଓଁରେ ଜୁଲାଇ ୮ ତାରିଖ ଦିନ ପିଆଜର ମଡେଲ ଦର କ୍ୱିଣ୍ଟଲ ପିଛା ୧ହଜାର ୩୪୦ ଟଙ୍କା ଥିଲା, ଯାହା ଅଗଷ୍ଟରେ ବଢି ୧ହଜାର ୭୨୫ ଟଙ୍କା ପ୍ରତି କ୍ୱିଣ୍ଟଲକୁ ପହଞ୍ଚିଛି। ଦେଶର ମଣ୍ଡିମାନଙ୍କୁ ଜୁଲାଇ ମାସ ତୁଳନାରେ ଅଧିକ ପିଆଜ ପହଞ୍ଚିଛି। ଏହା ସତ୍ତ୍ୱେ ପିଆଜ ଦରରେ ୨୮ ପ୍ରତିଶତ ବୃଦ୍ଧି ଏବେ ଚିନ୍ତାର କାରଣ ପାଲଟିଛି।

{"id":829115,"sizeSlug":"full","linkDestination":"none"}

କୃଷି ଉପଜ ବିପଣନ କମିଟି(ଏପିଏମସି)ର ବିଭିନ୍ନ ୟାର୍ଡରେ ୧ ଜୁଲାଇରୁ ୭ ଅଗଷ୍ଟ ମଧ୍ୟରେ ୨୨.୩୩ଲକ୍ଷ ଟନ୍‌ ପିଆଜ ପହଞ୍ଚିଛି। ପିଆଜର ଏପରି ଯୋଗାଣ ଏକ ରେକର୍ଡ ହୋଇଥିବା ବେଳେ ବର୍ଷକ ପୂର୍ବରୁ ଏହି ସମୟରେ ୟାର୍ଡକୁ ୧୮.୨୫ ଲକ୍ଷ ଟନ ପିଆଜ ପହଞ୍ଚିଥିଲା। ଯୋଗାଣ ବଢିଥିବା ସତ୍ତ୍ୱେ ବଜାରରେ ପିଆଜ ଦର ବୃଦ୍ଧି ହୋଇଛି। ଯଦି ୧ଏପ୍ରିଲରୁ ୭ ଅଗଷ୍ଟ ପର୍ଯ୍ୟନ୍ତ ବଜାରକୁ ପିଆଜ ଯୋଗାଣର କଥା ଉଠେ ତେବେ ଏହି ସମୟରେ ସାରା ଦେଶରେ ଥିବା ଏପିଏମସି ୟାର୍ଡକୁ ପ୍ରଚୁର ପିଆଜ ପହଞ୍ଚିଛି। ଏହା ସତ୍ତ୍ୱେ ଉପଭୋକ୍ତା ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ମାସିକ ୫ ପ୍ରତିଶତ ହାରରେ ପିଆଜ ଦର ବୃଦ୍ଧି ହୋଇଛି।

ଟମାଟୋ ବିଗାଡିଲା ଖେଳ, ଭେଜ୍‌ ସହ ନନ୍ ଭେଜ୍ ଥାଳି ହେଲା ମହଙ୍ଗା

ଏହି ହିସାବ ଅନୁସାରେ ବାର୍ଷିକ ହାରରେ ପିଆଜ ମୂଲ୍ୟ ପାଖାପାଖି ୧୫ ପ୍ରତିଶତ ବୃଦ୍ଧି ହୋଇଛି। ମୂଲ୍ୟ ଓ କ୍ୱାଲିଟି ଆଧାରରେ ପିଆଜ କେଜି ପିଛା ୧୬ରୁ ୨୫ ଟଙ୍କା ବୃଦ୍ଧି ହୋଇଛି। ବିଶେଷଜ୍ଞଙ୍କ ଅନୁସାରେ ଘରୋଇ ଚାହିଦା ବୃଦ୍ଧି ହେବା ଯୋଗୁ ଗତ ସପ୍ତାହରେ ପିଆଜ କେଜି ପିଛା ମୂଲ୍ୟରେ ୩ରୁ ୪ ଟଙ୍କା ବୃଦ୍ଧି ହୋଇଥିଲା। ତେବେ ପିଆଜର ଏପରି ମୂଲ୍ୟବୃଦ୍ଧି କାହିଁକି ହେଉଛି ତାହା ଜାଣିବା ପାଇଁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ ବୋଲି ହର୍ଟିକଲଚର ପ୍ରଡ୍ୟୁସ୍ ଏକ୍ସପୋର୍ଟର୍ସ ଆସୋସିଏସନ ଅଧ୍ୟକ୍ଷ ଅଜିତ ଶାହ କହିଛନ୍ତି।

{"id":829116,"sizeSlug":"full","linkDestination":"none"}

ତେବେ ନାସିକ୍‌ର ଜନୈକ ପିଆଜ ରପ୍ତାନୀକାରୀ ବିକାଶ ଚୌଧୁରୀ ଗତ ୨ ସପ୍ତାହ ହେଲା ପିଆଜର ମୂଲ୍ୟ କ୍ୱାଲିଟି ଆଧାରରେ କେଜି ପିଛା ୧୬ରୁ ୨୫ ଟଙ୍କା ବଢିଥିବା କହିଛନ୍ତି। ତେବେ ଦେଶର ମଣ୍ଡିମାନଙ୍କୁ ଏବେ ଭଲ କ୍ୱାଲିଟିର ପିଆଜ ପହଞ୍ଚୁନଥିବା ସେ କହିଛନ୍ତି। ଏଣୁ ହୁଏତ ଏହି କାରଣରୁ ପିଆଜର ମୂଲ୍ୟ ବୃଦ୍ଧି ହେଉଥାଇପାରେ ବୋଲି ଚୌଧୁରୀ ଆଶଙ୍କା କରିଛନ୍ତି। ତେବେ ଏଗ୍ରି କମୋଡିଟିଜ୍ ଏକ୍ସପୋର୍ଟର୍ସ ଆସୋସିଏସନ(ଏସିଇଏ) ଅଧ୍ୟକ୍ଷ ଏମ.ମଦନ ପ୍ରକାଶ ମହାରାଷ୍ଟ୍ରରେ ଗତ ଏପ୍ରିଲ ଓ ମେ ମାସରେ ହୋଇଥିବା ବର୍ଷା ଯୋଗୁ ପିଆଜ ଷ୍ଟକ୍‌ କ୍ଷତିଗ୍ରସ୍ତ ହୋଇଥିଲା ବୋଲି କହିଛନ୍ତି।

୬ ମାସର ଉଚ୍ଚତମ ସ୍ତରକୁ ଛୁଇଁଲା ଗହମ ଦର, ଅଟା ହେବ ମହଙ୍ଗା!

ଷ୍ଟକରେ ଥୁଆ ହୋଇହୋଇ ପିଆଜ ଖରାପ ହୋଇଯାଇଥିଲା। ଏଣୁ ପିଆଜର କ୍ୱାଲିଟି ପ୍ରଭାବିତ ହୋଇଛି। ଏଗମାର୍କନେଟ୍ ଡାଟାରୁ ଯାହା ଜଣାପଡୁଛି ବଜାରରେ ବର୍ତ୍ତମାନର ପିଆଜ ଦର ୨୦୨୧ ମସିହାର ଦର ସହ ସମାନ ରହିଛି। ହେଲେ ୨୦୧୭ ତୁଳନାରେ ଦର ଏବେବି କମ୍ ରହିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.