ସରଣୀ ଛକ ନିକଟରେ ଦୁର୍ଘଟଣା, ବସ୍ ଧକ୍କାରେ ମହିଳା କନଷ୍ଟେବଲଙ୍କ ମୃତ୍ୟୁ

Published By : Prameya-News7 Bureau | October 11, 2024 IST

ଜଗତସିଂହପୁର ୧୧।୧୦: କଟକ-ପାରାଦୀପ ରାସ୍ତାର ସରଣୀ ଛକ ନିକଟରେ ସ୍କୁଟିକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ତିର୍ତ୍ତୋଲ ଥାନାରେ କାର୍ଯ୍ୟରତ ମହିଳା କନଷ୍ଟେବଲ ସୁରୁଜା ମୁଣ୍ଡା ।

ସୂଚନାଯୋଗ୍ୟ ଯେ, ପାରାଦୀପରୁ କଟକ ଯାଉଥିବା ‘ଆନନ୍ଦ’ ନାମକ ଯାତ୍ରୀବାହୀ ବସ୍ ସରଣୀ ଛକ ନିକଟରେ ସ୍କୁଟି ଆରୋହୀ ମହିଳା କନଷ୍ଟେବଲଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ଧକ୍କା ଦେବା ଫଳରେ ମହିଳା କନଷ୍ଟେବଳ ଜଣକ ଗାଡିରୁ ଛିଟିକି ପଡ଼ିଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମହିଳା କନଷ୍ଟେବଲ ସୁରୁଜା ମୁଣ୍ଡାଙ୍କୁ ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । 

ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ତିର୍ତ୍ତୋଲ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଧକ୍କା ଦେଇଥିବା ବସ୍ ଡ୍ରାଇଭର ବସ୍ ନେଇ ଫେରାର ହୋଇଯାଇଥିବା ବେଳେ ପୋଲିସ ବସ୍‌ର ପିଛା କରି ଜୟପୁର ନିକଟରୁ ଜବତ କରିଛି ।

You Can Read:

ପରମ୍ପରା ଆଗରେ ହାର ମାନିଲା ପ୍ରଶାସନ, ରକ୍ତ ରଞ୍ଜିତ ହେଲା ମାଣିକେଶ୍ବରୀ ପୀଠ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.