ସ୍ବାମୀ ପାଇଁ ମହିଳାଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଦେଲା, ଶେଷରେ ଧରାପଡିଲା ହତ୍ୟାକାରୀ ସ୍ତ୍ରୀ

Published By : Prameya-News7 Bureau | May 06, 2025 IST

ଉଦଳା ମୋ ସ୍ବାମୀ ଉପରେ ଥିଲା ତାର ନଜର । ମୋ ପାଖରୁ ମୋ ସ୍ବାମୀକୁ ଛଡାଇ ନେବାକୁ ଦେଇଥିଲା ଧମକ । ମୋ ବଂଶ ବୁଡ଼ାଇଦେବାକୁ ବି କହିଥିଲା । ଯେତେ ବୁଝାଇଲେ ବି ବୁଝିଲାନି । କଟୁରୀରେ ହାଣିଦେଲେ । ଏମିତି କିଛି କହିଛନ୍ତି ଜଣେ ମହିଳାଙ୍କୁ ହାଣି ହତ୍ୟା କରିଥିବା ଆଉ ଜଣେ ମହିଳା । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଘଟିଥିଲା ଏଭଳି ହତ୍ୟାକାଣ୍ଡ । ଗତ ୪ ତାରିଖରେ ଜଙ୍ଗଲରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ ହୋଇଛି । ଧରାପଡିଛି ହତ୍ୟାକାରୀ । ମୃତ ମହିଳା ଜଣଙ୍କ ଗାଁର ଅନ୍ୟ ଜଣେ ମହିଳାଙ୍କ ସ୍ୱାମୀଙ୍କୁ ଭଲ ପାଇ ପାଖରେ ରଖିବାକୁ ଚେଷ୍ଟା କରିବାରୁ ଏଭଳି ହତ୍ୟାକାଣ୍ଡ ଘଟିଥିଲା । 

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳ ଜଙ୍ଗଲରୁ ରବିବାର ଦିନ ମାଦେ ସିଂଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ଯାହାର ଖୋଳତାଡ଼ ହେବା ପରେ ହତ୍ୟା ଘଟଣା ସାମ୍ନାକୁ ଆସିବା ସହ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତଙ୍କ ସ୍ୱାମୀଙ୍କୁ ମୃତ ମହିଳା ଭଲ ପାଉଥିଲା ଏବଂ ତାଙ୍କୁ ନିଜ ପାଖରେ ରଖିବାକୁ ଚେଷ୍ଟା କରୁଥିଲା । ଯାହାକୁ ନେଇ ପୂର୍ବରୁ ଉଭୟ ମୃତକ ଓ ଅଭିଯୁକ୍ତଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଥିଲା । ଶେଷରେ ଗତ ଶନିବାର ରାତିରେ ମୃତକ ସୋନ ଡ୍ୟାମ୍ ନିକଟରେ ବସିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସେଠାରେ ପହଞ୍ଚି ଏକ କଟୁରୀରେ ତାଙ୍କୁ ହାଣି ହତ୍ୟା କରିଥିଲା । ଏହାପରେ ଗ୍ରାମର ଅନ୍ୟ ଦୁଇ ଜଣଙ୍କୁ ଡାକି ୩ ଜଣ ମିଶି ମୃତଦେହକୁ ନେଇ ଜଙ୍ଗଲରେ ପକାଇ ଫେରାର ହୋଇଯାଇଥିଲେ । ଘଟଣାର ଖୋଳତାଡ଼ ପରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

You Can Read:

ଜରଉ ଘାଟିରୁ ତଳକୁ ଖସିଲା ଟ୍ରକ୍, ଡ୍ରାଇଭରଙ୍କ ସମେତ ୨ ଗୁରୁତର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.