ମୁମ୍ବାଇ ୨୫।୦୬ : ପୂର୍ବତନ କ୍ରିକେଟର ଯୁବରାଜ ସିଂହ ନୂଆ ଖୁଲାସା କରିଛନ୍ତି।ଏହି ବାମହାତୀ ବ୍ୟାଟସମ୍ୟାନ୍ ନିଜ କମ୍ବ୍ୟାକ୍ ସମୟରେ ଘଟଣାକୁ ଲୋକଙ୍କ ସମ୍ମୁଖରେ ରଖିଛନ୍ତି । ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ନିଜର୍ କମ୍ବ୍ୟାକ୍ର ସବୁ ଶ୍ରେୟ ଦେଇଛନ୍ତି ।
wp:embed {"url":"https://www.prameyanews7.com/virender-sehwag-may-be-next-head-of-the-selector/","type":"wp-embed","providerNameSlug":"prameya-news-7"} /wp:embedଏକ ଘରୋଇ ଟିଭି ଚ୍ୟାନେଲ୍କୁ ସାକ୍ଷାତକାର ଦେବା ସମୟରେ ଯୁବରାଜ ସିଂହ କହିଛନ୍ତି ଯେ, ୨୦୧୧ ଦିନିକିଆ ବିଶ୍ୱକପ୍ ପରେ ମୁଁ କ୍ୟାନ୍ସର ରୋଗ ପୀଡିତ ହୋଇଥିଲି। ଏହାପରେ ମୋର ଅପରେସନ ହୋଇଥିଲା ଏବଂ ଦୀର୍ଘ ଦିନ ଧରି କ୍ରିକେଟ୍ ଫିଲ୍ଡ ଠାରୁ ଦୂରରେ ରହିଥିଲି । ଅପରେସନର କିଛି ମାସ ପରେ ଭାରତୀୟ ଟିମ୍କୁ ଫେରିବା ଲାଗି ମୁଁ ଅଭ୍ୟାସ ଆରମ୍ଭ କରିଥିଲି । ଧୀରେ ଧୀରେ ମୋ ଶରୀର ଖେଳ ଉପଯୋଗୀ ହୋଇଥିଲା । ଏହାପରେ ମୋର ଭାରତୀୟ ଟିମ୍ରେ ଚୟନ ହୋଇଥିଲା । କିନ୍ତୁ ଟିମ୍ରେ ଚୟନର ଶ୍ରେୟ ବିରାଟ କୋହଲିଙ୍କର । କାହିଁକି ନା ବିରାଟ ସେତେବେଳେ ଭାରତୀୟ ଦଳର ଅଧିନାୟକ ଥିଲେ । ଯଦି ସେ ଚାହିଁନଥାନ୍ତେ , ତେବେ ମୁଁ ଦଳରେ ସାମିଲ ହୋଇପାରିନାହାନ୍ତି । ହୁଏତ ସେତେବେଳେ ତାଙ୍କର ମୋ ଉପରେ ଦୃଢ ବିଶ୍ୱାସ ଥିଲା । ଯାହାଫଳରେ ମୁଁ ଭାରତୀୟ ଟିମ୍ରେ ଆଉ ଥରେ ସାମିଲ ହୋଇପାରିଲି । ବିରାଟ କୋହଲିଙ୍କ ସମର୍ଥନ ବିନା ଏହା ଅସମ୍ଭବ ।
wp:embed {"url":"https://www.prameyanews7.com/good-news-for-indian-fans-bumrah-will-return-to-the-team-by-august/","type":"wp-embed","providerNameSlug":"prameya-news-7"} /wp:embedସୂଚନାଯୋଗ୍ୟ ଯେ, ଯୁବରାଜ ସିଂହ ୨୦୧୯ରେ କ୍ରିକେଟ୍ର ସବୁ ଫର୍ମାଟରୁ ସନ୍ୟାସ ନେଇଥିଲେ । ୨୦୦୦ ମସିହାରେ ଆନ୍ତର୍ଜାତୀୟ କ୍ରିକେଟ୍ରେ ଡେବ୍ୟୁ କରିଥିଲେ । ବାମହାତୀ ବ୍ୟାଟସମ୍ୟାନ୍ ସାଙ୍ଗକୁ ବାମହାତୀ ସ୍ପିନର ମଧ୍ୟ ଥିଲେ । ଦଳର ଅଲ୍ରାଉଣ୍ଡର ଭୂମିକାରେ ନଜର ଆସୁଥିଲେ ଯୁବରାଜ । ନିଜ କ୍ୟାରିୟରରେ ୪୦ଟି ଟେଷ୍ଟ, ୩୦୪ ଦିନିକିଆ ଏବଂ ୫୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି ।
wp:embed {"url":"https://www.prameyanews7.com/asian-games-2023-bcci-agrees-to-send-mens-and-womens-cricket-teams-in-china/","type":"wp-embed","providerNameSlug":"prameya-news-7"} /wp:embedତେବେ ଟେଷ୍ଟରେ ଯୁବରାଜ ସିଂହଙ୍କ ୧୯୦୦ ରନ୍ ରହିଛି । ଏଥିରେ ତାଙ୍କର ୩ଟି ଶତକ ଏବଂ ୧୧ଟି ଅର୍ଦ୍ଧଶତକ ରହିଛି । ସେହିପରି ୩୦୪ଟି ଦିନିକିଆ ମ୍ୟାଚ୍ ଖେଳି ସଂଗ୍ରହ କରିଛନ୍ତି ୮୭୦୧ ରନ୍। ଏଥିରେ ୧୪ଟି ଶତକ ଏବଂ ୫୨ଟି ଅର୍ଦ୍ଧଶତକ ରହିଛି । ବାକି ଟି-୨୦ କ୍ରିକେଟ୍ରେ ୧୧୭୭ ରନ୍ ସଂଗ୍ରହ କରିଥିବା ବେଳେ ୮ଟି ଅର୍ଦ୍ଧଶତକ ମଧ୍ୟ ରହିଅଛି ।
You Can Read :
wp:embed {"url":"https://www.prameyanews7.com/rashmika-mandanna-and-vijay-deverakonda-patch-up/","type":"wp-embed","providerNameSlug":"prameya-news-7"} /wp:embed