ମୃତ୍ୟୁର ୧୩ ବର୍ଷ ପରେ ଚାଷୀ ନେତାଙ୍କ ବିରୋଧରେ କୋର୍ଟ ଜାରି କଲେ ୱାରେଣ୍ଟ, ଗିରଫ କରିବାକୁ ପହଞ୍ଚିଲା ପୋଲିସ

Published By : Prameya-News7 Bureau | September 13, 2024 IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସାମଲି ଜିଲ୍ଲାରୁ ଏକ ଅଜବ ଘଟଣା ସାମନାକୁ ଆସିଛି । ଯେଉଁ ଚାଷୀ ନେତା ଚୌଧୁରୀ ମହେନ୍ଦ୍ର ସିଂହ ଟିକାୟତଙ୍କ ୧୩ ବର୍ଷ ପୂର୍ବେ ବିୟୋଗ ହୋଇଥିଲା, ତାଙ୍କ ବିରୋଧରେ କୋର୍ଟ ଏକ ମାମଲାରେ ୱାରେଣ୍ଟ ଜାରି କରିଛନ୍ତି । ଉତ୍ତର ପ୍ରଦେଶ ପୋଲିସ ମଧ୍ୟ ୱାରେଣ୍ଟ ଧରି ଗିରଫ କରିବାକୁ ପହଞ୍ଚିଥିଲା ।

ଉଲ୍ଲେଖଯୋଗ୍ୟ ଯେ ୭୧ ବର୍ଷ ପୂର୍ବେ କାନ୍ଧଲାରେ ଲୋକଙ୍କୁ ଏକାଠି କରି ଭିଡ଼ ଜମା କରିଥିବା ମାମଲାରେ ସ୍ୱର୍ଗତଃ ମହେନ୍ଦ୍ର ସିଂହ ଟିକାୟତ ଏବଂ ପୂର୍ବତନ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ମନୀଷ ଚୌହାନଙ୍କ ସମେତ ୧୦ ଅଭିଯୁକ୍ତଙ୍କ ବିରୋଧରେ ଜାମିନବିହୀନ ୱାରେଣ୍ଟ ଉପରେ ଏସିଜେଏମ ନ୍ୟାୟାଳୟ ଶୁକ୍ରବାର ଶୁଣାଣି ବେଳେ ମଧ୍ୟ ପୋଲିସ ମହେନ୍ଦ୍ର ସିଂହ ଟିକାୟତଙ୍କ ମୃତ୍ୟୁ ପ୍ରମାଣପତ୍ର ଜମା କରିପାରିନଥିଲା । ଯେଉଁଥି ପାଇଁ କୋର୍ଟ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିଲେ । କିନ୍ତୁ ତାଙ୍କର ୧୩ ବର୍ଷ ପୂର୍ବରୁ ହିଁ ମୃତ୍ୟୁ ହୋଇସାରିଛି । ମାମଲାରେ ଦୁଇ ଅଭିଯୁକ୍ତ କୋର୍ଟରେ ଆତ୍ମସମର୍ପଣ କରି ଜାମିନ ପାଇଁ ଆବେଦନ କରିଥିଲେ, କୋର୍ଟ ମଧ୍ୟ ଜାମିନ ପ୍ରଦାନ କରିଛନ୍ତି ।

୨୦୦୭ରେ ରାଜସ୍ଥାନରେ ଗୁର୍ଜର ସଂରକ୍ଷଣକୁ ନେଇ କାନ୍ଧଲାର ଖନ୍ଦ୍ରାୱାଲି ଛକରେ ଧାରଣା ପ୍ରଦର୍ଶନ କରି ଭିଡ଼ କରିବା ମାମଲାରେ କାନ୍ଧଲା ଥାନାର ତତ୍କାଳୀନ ଏସଆଇ ଆତର ସିଂହ ୧୦୦ରୁ ୧୫୦ ଅଜଣା ଲୋକଙ୍କ ମାମଲା ରୁଜୁ କରିଥିଲେ । ଏଥିରେ ମହେନ୍ଦ୍ର ସିଂହ ଟିକାୟକ ଏବଂ ପୂର୍ବତନ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ମନୀଷ ଚୌହାନଙ୍କ ନାଁ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.