କଣ୍ଟାବାଞ୍ଜି ୨୧।୪: ATMରେ ଟଙ୍କା ଭର୍ତ୍ତି କରିବାକୁ ନେଉଥିଲେ । କିଛି ଭର୍ତ୍ତି କରୁଥିଲେ, କିଛି ଭର୍ତ୍ତି ନକରି ନିଜ ପାଖରେ ରଖି ଦେଉଥିଲେ । ଏମିତି କରି ହଡପ କରିଥିଲେ ୧୫ ଲକ୍ଷ ଟଙ୍କା । ଶେଷରେ ଧରାପଡିଲେ ଏଟିଏମ୍ରେ ଟଙ୍କା ଭର୍ତ୍ତି କରୁଥିବା ପ୍ରାଇଭେଟ୍ କମ୍ପାନୀର ଦୁଇ କର୍ମଚାରୀ ।
ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଏସବିଆଇ ମୁଖ୍ୟ ଶାଖା ଅଧିନରେ ଥିବା ଏଟିଏମ୍ରେ ଟଙ୍କା ଭର୍ତ୍ତି କରୁଥିବା ପ୍ରାଇଭେଟ୍ କମ୍ପାନୀର ଦୁଇ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ । ୧୫ ଲକ୍ଷ ୯୦ ହଜାର ୫ ଶହ ଟଙ୍କା ହଡପ କରିଥିବା ନେଇ ମୁରିବାହାଲ ଥାନାରେ ଅଭିଯୋଗ ପରେ ଦୁଇ କର୍ମଚାରୀଙ୍କୁ ଗିରଫ କରିଛି ମୁରିବାହାଲ ପୋଲିସ । ଗିରଫ ଦୁଇ ଜଣ ମୁରିବାହାଲ ଥାନା ମାଲିଶିରା ଗାଁର ଚକ୍ରଧର ପୁଟେଲ ଓ ଦେଓଗାଁ ଥାନା କଛାରପାଲି ଗାଁର କନ୍ଦର୍ପ ସେଠ ।
ଗିରଫ ଦୁଇ ଜଣ ଅଭିଯୁକ୍ତ ଏଟିଏମ୍ରେ ଟଙ୍କା ଭର୍ତ୍ତି କରୁଥିବା କର୍ମଚାରୀ ଭାବେ ଏକ ନିର୍ଦ୍ଦିଷ୍ଟ କମ୍ପାନୀରେ କାମ କରୁଥିଲେ । ଅନେକ ସମୟରେ ଏହି ଦୁଇ ଜଣ ବିଭିନ୍ନ ଏଟିଏମ୍ରେ ଟଙ୍କା ଭର୍ତ୍ତି କରୁଥିବା ବେଳେ କିଛି ଟଙ୍କା ରଖି ପକାଉଥିଲେ । ପରବର୍ତ୍ତୀ ସମୟରେ ବ୍ୟାଙ୍କର ଅଡିଟ ହେବା ପରେ ୧୫ ଲକ୍ଷ ୯୦ ହଜାରର ୫ ଶହ ଟଙ୍କାର ହିସାବ ମିଳିନଥିଲା । ପରେ ଜଣାପଡିଲା ଏମାନେ ଦୀର୍ଘ ଦିନରୁ ଏଟିଏମ୍ରେ ଟଙ୍କା ଭର୍ତ୍ତି ସମୟରେ କମ୍ ଟଙ୍କା ଭର୍ତ୍ତି କରୁଥିଲେ । ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ମାମଲାର ଆଉ କିଏ ସମ୍ପୃକ୍ତ ସେନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ । ମୁରିବାହାଲ ଥାନାରେ ଏତଲା ଦେଇଥିବା ଟିଟିଲାଗଡ ଏସବିଆଇ ମୁଖ୍ୟ ଶାଖା ପ୍ରବନ୍ଧକ ଦେବାନନ୍ଦ ଯୋଶୀ କ୍ୟାମେରା ସାମ୍ନାରେ କିଛି କହିବାକୁ ନାରାଜ ଥିବାବେଳେ ଏହା ବ୍ୟାଙ୍କର କଥା ବୋଲି ସଫେଇ ଦେଇଥିଲେ ।
You Can Read:
ରାଜନୀତିରୁ ସନ୍ନ୍ୟାସ ନେଲେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ, କହିଲେ- ‘ବିଜେଡି ପ୍ରତି ମୋ ଆନୁଗତ୍ୟ ରହିବ’