ରାଜନୀତିରୁ ସନ୍ନ୍ୟାସ ନେଲେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ, କହିଲେ- ‘ବିଜେଡି ପ୍ରତି ମୋ ଆନୁଗତ୍ୟ ରହିବ’

Published By : Prameya-News7 Bureau | April 21, 2025 IST

ଭୁବନେଶ୍ବର ୨୧ରାଜନୀତିରୁ ସନ୍ନ୍ୟାସ ନେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ BJD ନେତା ରଘୁନନ୍ଦନ ଦାସ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ରଘୁନନ୍ଦନ । ସେ କହିଛନ୍ତି, ଟିକେଟ୍ ମିଳିଲାନି ବୋଲି ଅସନ୍ତୋଷ ନାହିଁ । ଅସନ୍ତୋଷ ଥିଲେ ବିଦ୍ରୋହ କରିଥାନ୍ତି, ଆଉ ବାଲିକୁଦାରେ ବିଜେଡି ହାରିଥାନ୍ତା । ସ୍ୱାସ୍ଥ୍ୟଗତ କାରଣରୁ ରାଜନୀତିରେ ସକ୍ରିୟ ନାହିଁ । ଧରି ନିଅନ୍ତୁ ଯେ, ମୁଁ ରାଜନୀତିରୁ ଅବସର ନେଇଗଲି । ହେଲେ ବିଜେଡି ପ୍ରତି ମୋ ଆନୁଗତ୍ୟ ରହିବ । ବ୍ୟକ୍ତିଗତ କାରଣରୁ ନବୀନ ନିବାସ ଆସିଥିଲେ ବୋଲି ରଘୁନନ୍ଦନ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୯ରେ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ବିଧାୟକ ରହିଥିବା ରଘୁନନ୍ଦନ ଦାସଙ୍କୁ ୨୦୨୪ ନିର୍ବାଚନରେ ବିଜେଡି ଟିକେଟ୍ ଦେଇନଥିଲା । ରଘୁନନ୍ଦନ ଦାସଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂଆ ଚେହେରା ସାରଦା ପ୍ରସନ୍ନ ଜେନାଙ୍କୁ ଟିକେଟ୍ ଦେଇଥିଲା ଦଳ । ଦଳର ଏପରି ନିଷ୍ପତ୍ତି ପରେ କ୍ଷୋଭ ପ୍ରକାଶ କରିଥିଲେ ରଘୁନନ୍ଦନ । ସେତେବେଳେ ରଘୁନନ୍ଦନ କହିଥିଲେ, ତାଙ୍କ ବିରୋଧରେ କିଛି ଅଣରାଜନୈତିକ ବ୍ୟକ୍ତି ଚକ୍ରାନ୍ତ କରିଛନ୍ତି ।

୨୦୧୯ ନିର୍ବାଚନରେ ରଘୁନନ୍ଦନ ପ୍ରଥମ ଥର ପାଇଁ ବିଧାୟକ ହୋଇ ମନ୍ତ୍ରୀ ପଦ ପାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କଠାରୁ ମନ୍ତ୍ରୀପଦ କାଢ଼ି ନିଆଯାଇଥିଲା । ରଘୁନନ୍ଦନ ଅସୁସ୍ଥ ଥିବାରୁ ଦଳ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଥିଲା । ପରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇ ଏକପ୍ରକାର ସନ୍ତୁଷ୍ଟ କରିବା ପାଇଁ ଉଦ୍ୟମ ହୋଇଥିଲା । ବାସ୍ତବରେ କିନ୍ତୁ ଦଳ ତାଙ୍କ ଉପରୁ ସେତେବେଳୁ ଆସ୍ଥା ତୁଟାଇବା ଆରମ୍ଭ କରିଥିବା ସ୍ପଷ୍ଟ ବାରି ହୋଇ ପଡୁଥିଲା । କିନ୍ତୁ ରଘୁନନ୍ଦନ ୨୦୨୪ ନିର୍ବାଚନରେ ପୁଣି ଥରେ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ । ମାତ୍ର ତାଙ୍କ ପାଇଁ ଏକାଧିକ ଆଶାୟୀ ପ୍ରତିବନ୍ଧକ ସାଜିଥିଲେ । ତେଣୁ ଚଳିତ ନିର୍ବାଚନରେ ତାଙ୍କୁ ଦଳ ବାଦ୍ ଦେଇଥିଲା ।



You Can Read:

ଟଙ୍କା ଜମା କରିବାକୁ ଯିବାବେଳେ ଲୁଟ୍ ଉଦ୍ୟମ, ବୋମାମାଡ଼ କଲେ ଦୁର୍ବୃତ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.