କଟକ ୨୮/୨: ପ୍ରାୟ ୨ ବର୍ଷ ହେଲା ଭଡା ଘରେ ରହୁଥିଲେ ବାପା-ଝିଅ । ହଠାତ ଶୁକ୍ରବାର ସକାଳୁ ମିଳିଲା ଉଭୟଙ୍କ ମୃତଦେହ । କଟକରେ ଚାଞ୍ଚଲ୍ୟ । ବନ୍ଦ ଘରେ ପଡିଛି ବାପା-ଝିଅଙ୍କ ମୃତଦେହ । କଟକ ବାଦାମବାଡି ସ୍ଥିତ ସ୍ନେହଲତା ଆପାର୍ଟମେଣ୍ଟରୁ ମିଳିଲା ମୃତଦେହ । ଝିଅକୁ ମାରି ବାପା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଗତ ୨ ବର୍ଷ ହେଲା ସ୍ନେହଲତା ଆପାର୍ଟମେଣ୍ଟରେ ଭଡାରେ ରହୁଥିଲେ ବାପା-ଝିଅ । ପୂର୍ବରୁ ପତ୍ନୀଙ୍କ ମୃତ୍ୟୁ ହୋଇସାରିଥିଲା । ଝିଅର ବୟସ ପାଖାପାଖି ୧୫ ବର୍ଷ ହୋଇଥିବାବେଳେ ସେ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡିଛି । ।ଉଭୟ ଆତ୍ମହତ୍ୟା କରିଛନ୍ତି କି ? ନା କିଏ ମାରି ଆତ୍ମହତ୍ୟାର ରୂପ ଦେଇଛି ? ଏମିତି ବିଭିନ୍ନ ଦିଗକୁ ଧରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଛାନ୍ଭିନ୍ ଚଳାଇଛି ବାଦାମବାଡି ଥାନା ପୋଲିସ ।