ନୂଆଦିଲ୍ଲୀ ୦୩।୦୪: ଆଇପିଏଲ୍ ୨୦୨୫ । ଦୁଲୁକୁଛି ପଡିଆ । ଝୁମୁଛନ୍ତି ଫ୍ୟାନ୍ସ । ମ୍ୟାଚ୍ ଦେଖିବାକୁ ଲାଗୁଛି ଭିଡ । ରୋମାଞ୍ଚକର ହେଉଛି ସବୁ ମ୍ୟାଚ୍ । ଭାଙ୍ଗୁଛି ଅନେକ ରେକର୍ଡ । ନୂଆ ନୂଆ ରେକର୍ଡ କରୁଛନ୍ତି ପ୍ଲେୟର । ଏବେ ଅରେଞ୍ଜ କ୍ୟାପକୁ ନେଇ ବେଶ ଚର୍ଚ୍ଚା । ରେସ୍ରେ ଅଛନ୍ତି ବଡ ପ୍ଲେୟର । ଆଇପିଏଲ୍ ୨୦୨୫ରେ ଅରେଞ୍ଜ କ୍ୟାପ୍ ଦୌଡରେ ବିରାଟ କୋହଲି କିମ୍ବା ଶୁଭମନ ଗିଲଙ୍କ ଭଳି ବଡ଼ ନାଁ ସାମ୍ନାକୁ ଆସୁନି । କିନ୍ତୁ ସିଜିନ୍ରେ ଏହି ୩ ଭାରତୀୟ ପ୍ଲେୟର କରୁଛନ୍ତି ରନ ବର୍ଷା ।
ଆଇପିଏଲ୍ ୨୦୨୫ରେ ବର୍ତ୍ତମାନ ଯାଏଁ ଖେଳାଯାଇଛି ୧୫ ମ୍ୟାଚ୍ । ପ୍ରତ୍ୟକ ଟିମ୍ ଅତିକମ୍ରେ ୨ଟି ଲେଖାଏଁ ମ୍ୟାଚ୍ ଖେଳିସାରିଲେଣି । ଗୋଟିଏ ପଟେ ପଏଣ୍ଟ ଟେବୁଲ୍ ନିଜର ପ୍ରାରମ୍ଭିକ ସ୍ଥିତି ନେବାରେ ଲାଗିଛି । ଅନ୍ୟପଟେ ଅରେଞ୍ଜ କ୍ୟାପ ରେସ୍ରେ ହେବାରେ ଲାଗିଛି ରୋମାଞ୍ଚକର । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ସର୍ବାଧିକ ଥର ଅରେଞ୍ଜ କ୍ୟାପ୍ ଜିତିଥିବା ଖେଳାଳି ହେଉଛନ୍ତି ଡେଭିଡ୍ ୱାର୍ଣ୍ଣର । ସେ ଏହି ପୁରସ୍କାର ୩ ଥର ଜିତିଛନ୍ତି। କିନ୍ତୁ ଆଇପିଏଲ୍ ୨୦୨୫ର କଥା ଯଦି କହିବା ତେବେ ଏଥର ବିରାଟ କୋହଲି କିମ୍ବା ଶୁଭମନ ଗିଲ ଭଳି ପ୍ରସିଦ୍ଧ ବ୍ୟାଟର ନୁହଁନ୍ତି ବରଂ ୩ଜଣ ନୂଆ ଭାରତୀୟ ଷ୍ଟାର ବ୍ୟାଟର କରୁଛନ୍ତି ରନ୍ ବର୍ଷା । ଆସନ୍ତୁ ଜାଣିବା କିଏ କିଏ ଅଛନ୍ତି ଲିଷ୍ଟରେ...
ଲିଷ୍ଟର ପ୍ରଥମରେ ରହିଛନ୍ତି ସାଇ ସୁଦର୍ଶନ । ସେ ୨୦୨୩ରୁ ଗୁଜୁରାଟ ଟାଇଟାନ୍ସ ଟିମ୍ରେ ରହିଛନ୍ତି। ସାଇ ସୁଦର୍ଶନ ଗୁଜରାଟର ଶ୍ରେଷ୍ଠ ବ୍ୟାଟରଙ୍କ ମଧ୍ୟରୁ ଜଣେ। ଏପର୍ଯ୍ୟନ୍ତ IPL ୨୦୨୫ ସେ ୨ଟି ଇନିଂସରେ ୧୩୭ ରନ କରିଛନ୍ତି । ସୁଦର୍ଶନ ଏପର୍ଯ୍ୟନ୍ତ ଉଭୟ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଆଉ ରହିଛନ୍ତି ଦମ୍ଦାର୍ ଫର୍ମରେ । ସେ ବର୍ତ୍ତମାନ ଅରେଞ୍ଜ କ୍ୟାପ୍ ଲିଷ୍ଟର ତୃତୀୟ ସ୍ଥାନରେ ରହିଛନ୍ତି ।
ଏହାପଛକୁ ରହିଛନ୍ତି ଶ୍ରେୟସ ଆୟର୍ । ସେ ପଞ୍ଜାବ କିଙ୍ଗ୍ସ ଟିମ୍ର ଅଂଶ । ଶ୍ରେୟସ ବର୍ତ୍ତମାନ ଆଇପିଏଲ୍ ୨୦୨୫ର ସର୍ବାଧିକ ରନ୍ ସ୍କୋର୍ କରିଥିବା ଭାରତୀୟ ବ୍ୟାଟର । ଏହାବ୍ୟତୀତ ସେ ଅରେଞ୍ଜ କ୍ୟାପ୍ ରେସ୍ର ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଆୟର ଏପର୍ଯ୍ୟନ୍ତ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳିଛନ୍ତି ୨ଟି ମ୍ୟାଚ୍ । ଆଉ କରିଛନ୍ତି ୧୪୯ ରନ୍ । ଉଭୟ ମ୍ୟାଚରେ ଶ୍ରେୟର ଅପରାଜିତ ରହିଥିଲେ । ପୂର୍ବରୁ ଚାମ୍ପିଅନ୍ସ ଟ୍ରଫିରେ ଆୟର ଭାରତର ସର୍ବାଧିକ ସ୍କୋରର ଥିଲେ । ଯେଉଁଠାରେ ସେ ୨୪୩ ରନ କରିଥିଲେ । ସେ ଆଇପିଏଲରେ ମଧ୍ୟ ତାଙ୍କର ଉତ୍କୃଷ୍ଟ ଫର୍ମ ବଜାୟ ରଖିଛନ୍ତି ।
ଲିଷ୍ଟର ତୃତୀୟରେ ରହିଛନ୍ତି ଋତୁରାଜ ଗାଏକ୍ବାଡ୍ । ସେ ହେଉଛନ୍ତି CSKର ଅଧିନାୟକ । ଯଦିଓ ଆଇପିଏଲ୍ ୨୦୨୫ରେ ଭାରତ ପାଇଁ ତୃତୀୟ ସର୍ବାଧିକ ରନ ସ୍କୋରର ହେଉଛନ୍ତି ଅନିକେତ ବର୍ମା । କିନ୍ତୁ ଫର୍ମ ଏବଂ ସ୍ଥିରତା ଆଧାରରେ ଋତୁରାଜ ଗାଏକ୍ବାଡ୍ ଭଲ ଲୟରେ ଦେଖିବାକୁ ମିଳିଛନ୍ତି । ଗାୟକୱାଡ ଏପର୍ଯ୍ୟନ୍ତ ଆଇପିଏଲ୍ ୨୦୨୫ରେ ୩ଟି ମ୍ୟାଚ୍ ଖେଳି ୧୧୬ ରନ କରିଛନ୍ତି । ଯେଉଁଥିରେ ତାଙ୍କ ବ୍ୟାଟରୁ ୨ଟି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ତେବେ ଅପେକ୍ଷା ଫାଇନାଲ୍କୁ, କିଏ ହାତେଉଛନ୍ତି ଅରେଞ୍ଜ କ୍ୟାପ୍...