'ବର୍ଡର ୨'ର ସୁଟିଂ ଶେଷ କଲେ ଦିଲଜିତ୍ ଦୋସାଞ୍ଜ, ସେଟରେ ବାଣ୍ଟିଲେ ଲଡୁ

Published By : Prameya-News7 Bureau | July 28, 2025 IST

ନୂଆଦିଲ୍ଲୀ ୨୮।୦୭; ବଲିଉଡର ବହୁ ପ୍ରତୀକ୍ଷିତ ଫିଲ୍ମ 'ବର୍ଡର ୨' ଏବେ ଚର୍ଚ୍ଚାରେ ରହିଛି । କାହିଁକି ନା ଅଭିନେତା ଦିଲଜିତ ଦୋସାଞ୍ଜ ଫିଲ୍ଲକି ନେଇ ବଡ ଅପଡେଟ ଦେଇଛନ୍ତି । ଖାଲି ଅପଡେଟ ଦେଇନାହାନ୍ତି ଏକ ପୋଷ୍ଟ ମଧ୍ୟ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେହି ପୋଷ୍ଟରେ ବରୁଣ ଧାୱନ ଏବଂ ଆହାନ ସେଟ୍ଟିକୁ ଲଡ଼ୁ ଖୁଆଇବା ଏବଂ ପରେ ସେମାନଙ୍କୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳୁଛି।

ଏହା ସହିତ, ସେଟ ରେ ଥିବା ଅଭିନେତାଙ୍କୁ ମିଠା ଖୁଆଇଥିବା ଦେଖିବାକୁ ମିଳିଛି। ଏଥିସହ ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।  
କିନ୍ତୁ ଆପଣମାନେ ଏବେ ଭାବୁଥିବେ ସେ ସେଟ୍‌ରେ ମିଠା ଖୁଆଇବାର କାରଣ କଣ, ଦିଲଜିତ୍ ଦୋସାଞ୍ଜଙ୍କ ଆଗାମୀ ଫିଲ୍ମ 'ବର୍ଡର ୨'ର ସୁଟିଂ ଶେଷ ହୋଇଛି । ସେଥିପାଇଁ ସେ ସେଟରେ ଏହାକୁ ପାଳନ କରୁଛନ୍ତି । ଦିଲଜିତ୍ ଏହା ବିଷୟରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ, ଅଭିନେତା ଏବଂ ଫିଲ୍ମର ଟିମ୍ ସହିତ ମିଠା ମଧ୍ୟ ବାଣ୍ଟିଥିଲେ ଏବଂ ବ୍ୟାଗ୍‌ରାଉଣ୍ଡରେ ୧୯୯୭ ମସିହାରେ ଆସିଥିବା ଫିଲ୍ମ 'ବର୍ଡର'ର ପ୍ରସିଦ୍ଧ ଗୀତ 'ସାନ୍ଦେସେ ଆତେ ହେ' ବାଜୁଥିଲା ।

ଭିଡିଓ ପୋଷ୍ଟ କରିବା ସମୟରେ ଦିଲଜିତ ତାଙ୍କ କ୍ୟାପସନରେ ଲେଖିଛନ୍ତି,  'ବର୍ଡର ୨'   ର ସୁଟିଂ ଶେଷ ହୋଇଛି। ଫିଲ୍ମରେ ସହିଦ ନିର୍ମଳଜିତ ସିଂହ ସେଖୋନ ଜୀଙ୍କ ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଛି । ଅନୁରାଗ ସିଂହଙ୍କ ନିର୍ଦ୍ଦେଶିତ  'ବର୍ଡର ୨'  ରେ ବଲିଉଡର ବରିଷ୍ଠ ଅଭିନେତା ସନି ଦେଓଲ , ବରୁଣ ଧାୱନ, ଦିଲଜିତ ଦୋସାଞ୍ଜ ଏବଂ ଆହାନ ସେଟ୍ଟି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ଭୂଷଣ କୁମାର, କୃଷ୍ଣ କୁମାର, ଜେ.ପି. ଦତ୍ତା ଏବଂ ନିଧି ଦତ୍ତା। ଫିଲ୍ମ  'ବର୍ଡର ୨' ୨୦୨୬ ଜାନୁଆରୀ ୨୩  ରେ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରଶଂସକମାନେ ଏହି ଫିଲ୍ମ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.