ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ଏତଲା, ଡୁବୁରି କଳିଙ୍ଗନଗର ଥାନାରେ ମାମଲା

Published By : Prameya-News7 Bureau | July 29, 2025 IST

ଯାଜପୁର ୨୯/୦୭: ପୂର୍ବତନ ମନ୍ତ୍ରୀ ତଥା BJD ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା । ରାସ୍ତାରୋକ କରିବା ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନେଇ ଲୋକଙ୍କୁ ଉସକାଇବା ଘଟଣାର ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରିଛି । ପ୍ରୀତିରଞ୍ଜନ ଘଡ଼େଇଙ୍କ ସମେତ ୨୧ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । 

ପୋଲିସ ଓ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା, ଗାଡ଼ି ଜ‌ଳାଇଦେବା ପାଇଁ ଧମକ ଦେବା, ରାସ୍ତାରୋକ କରିବା ଏବଂ ଆଇନଶୃଙ୍ଖଳା ବିଗାଡ଼ିବା ପାଇଁ ଲୋକଙ୍କୁ ଉସକାଇବା ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ (ଡାନି)ଙ୍କ ସମେତ ୭ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । କଳିଙ୍ଗନଗର ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ଏତଲା ଆଧାରରେ କଳିଙ୍ଗନଗର ଥାନାରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ମନୋରଂଜନ ହାଇବ୍ରୁ, ଟୁକୁ ସାହୁ, ସୁଦାମ ପହି, ସାଗର ଧୀର, ଜଟିଆ ପାତ୍ର, ମିଞ୍ଜା ପାତ୍ରଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତାର ୧୯୧(୨), ୨୨୧, ୨୮୫, ୧୨୬ (୨), ୪୯, ୨୯୬, ୩୫୧, ୩୫୧(୩), ୧୧୫(୨), ୩୨୬ (ଏଫ୍‌), ୧୯୦ ଦଫାରେ ମାମଲା ରୁଜୁ କରାଯାଇଛି । 

ସୂଚନା ଥାଉକି, ଦୁଇ ଦିନ ପୂର୍ବେ କଳିଙ୍ଗ ନଗର ଥାନା ଖୁରୁଣ୍ଡି ଛକ ନିକଟରେ ଅଜଣା ବସ ଧକ୍କାରେ ଜଣେ ମୃତ ବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଉଭୟ ଶିଳ୍ପାଞ୍ଚଳର ଏକ ଘରୋଇ କାରଖାନାକୁ କାର୍ଯ୍ୟ କରିବାକୁ କରୁଥିଲେ । ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଉତ୍ତେଜନା ଦେଖା ଦେବା ସହ ଯାଜପୁର ରୋଡ, ଡ଼ୁବୁରୀ ରାସ୍ତା ଅବରୋଧ କରିଥିଲେ । ଯେଉଁଥିରେ ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡାଇ ମଧ୍ୟ ଉପସ୍ଥିତ ରହି ରାସ୍ତା ରୋକ୍ କରିଥିଲେ । ଯେଉଁ ଘଟଣାରେ ପୋଲିସ ନିଜ ଆଡୁ ପ୍ରୀତି ରଞ୍ଜନ ଘଡାଇଙ୍କ ସମତେ ୨୧ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାପଡିଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.