ମୁମ୍ୱାଇ – ଅମିର ଖାନଙ୍କ ଫିଲ୍ମ ‘ ସିତାରେ ଜମିନ ପର୍’କୁ ଖୁବ୍ ଭଲ ରେସପନ୍ସ ମିଳିଛି। ଫିଲ୍ମ ବକ୍ସ ଅଫିସରେ ଖୁବ୍ ଆୟ ମଧ୍ୟ କରିଛି। ଅମିର ନିକଟରେ ଘୋଷଣା କରିଛନ୍ତି ଯେ, ଏହି ଫିଲ୍ମକୁ ଏବେ ୟୁଟ୍ୟୁବ୍ରେ ରିଲିଜ କରି ଦିଆ ଯାଇଛି। କିନ୍ତୁ ପ୍ରଥମେ ଅମିର ଫିଲ୍ମ ରିଲିଜ ବେଳେ କହିଥିଲେ ଯେ , ଏହା ୟୁଟ୍ୟୁବ୍ରେ ରିଲିଜ ହେବ ନାହିଁ। ଏବେ ସେ କହିଛନ୍ତି ଯେ, ସେ ବାଧ୍ୟ ହୋଇ ଏହି ମିଛ କହି ଥିଲେ।
ଅମିର ପ୍ରେସ୍ କନଫରେନ୍ସରେ ଏହି ମିଛ କହିବା ନେଇ କ୍ଷମା ମାଗିଛନ୍ତି। ସେ କହିଛନ୍ତି – ମୁଁ ଏସବୁ କହିଥିଲି ...ଯେଉଁ ଯେଉଁ ଲୋକେ ମୋତେ ପଚାରୁ ଥିଲେ ଯେ, ଆପଣଙ୍କ ଫିଲ୍ମ ୟୁଟ୍ୟୁବରେ ଆସୁଛି , ମୁଁ ଆପଣଙ୍କୁ ହାତ ଯୋଡ଼ି କ୍ଷମା ମାଗୁଛି , ମୁଁ ମିଛ ଏଥିପାଇଁ କହୁ ଥିଲି , କାରଣ ମୁଁ ଆଉ କିଛି କହିପାରୁ ନଥିଲି। ମୋତେ ସେହି ସମୟରେ ଥିଏଟ୍ରିକଲ ବିଜନେସ ପ୍ରୋଟେକ୍ଟ କରିବାର ଥିଲା। ମୋର ଆରମ୍ଭ ହୋଇଛି ସିନେମାରୁ ଏବଂ ମୁଁ ସିନେମା ଓ ଥିଏଟର ପ୍ରତି ବହୁତ ବିଶ୍ୱସ୍ତ।
ଅମିର ଆହୁରି କହିଛନ୍ତି , ମୁଁ ସର୍ବଦା ଥିଏଟର ବିଜେନେସକୁ ପ୍ରୋଟେକ୍ଟ କରିବାକୁ ଚେଷ୍ଟା କରିଥାଏ। ମୁଁ ଚାହୁଁଥିଲି ଯେବେ ଆମେ ପ୍ରଥମ ପର୍ଯ୍ୟାୟ ଏହି ଏକ୍ସପେରିମେଣ୍ଟ କରିବା ତ ଥିଏଟରକୁ ସଂପୂର୍ଣ୍ଣ ରୂପେ ପ୍ରୋଟେକ୍ଟ କରିବା ଏବଂ ଏଥିପାଇଁ ଦୁଇ ଚାରି ଜଣ ଲୋକ ଏହି ପ୍ରଶ୍ନ ପଚାରିବାରୁ ମୁଁ କହିଥିଲି , ହଁ ମୁଁ ୟୁଟ୍ୟୁବ୍ରେ ଆସୁ ନାହିଁ । ତାହା ମୋତେ କହିବାକୁ ପଡ଼ିଲା ଏବଂ ମୁଁ ଏଥିପାଇଁ କ୍ଷମା ମାଗୁଛି। ମୋତେ ମିଛ କହିବାକୁ ପଡ଼ିଲା , ନୁହେଁ ତ ମୋର ଯେଉଁ ସ୍ୱପ୍ନ ଥିଲା , ତାହା ସେହି ଠାରେ ଶେଷ ହୋଇ ଯାଇଥାନ୍ତା।
ସିତାରେ ଜମିନ ପର୍ ର କଥା ଯଦି କହିବା ତ ଏହା ୨୦୦୭ ରେ ରିଲିଜ ହୋଇଥିବା ଫିଲ୍ମ ତାରେ ଜମିନ ପର୍ ର ସିକ୍ୱେଲ ଥିଲା। ଫିଲ୍ମରେ ଅମିରଙ୍କ ସହ ଜେନେଲିଆ ଡିସୁଜାଙ୍କ ସମେତ ଅନେକ କଳାକାର ସାମିଲ ଥିଲେ।
କହି ରଖୁଛୁ କି , ଏବେ ଅମିରଙ୍କ ଫିଲ୍ମ ଲାହୋର ୧୯୪୭ ଆସିବାକୁ ଯାଉଛି। ଏହି ଫିଲ୍ମକୁ ସେ ପ୍ରଡ୍ୟୁସ୍ କରୁଛନ୍ତି। ଫିଲ୍ମରେ ସନି ଦେଓଲ , ପ୍ରୀତି ଜିଣ୍ଟା ଲିଡ୍ରେ ଅଛନ୍ତି। ଅନ୍ୟପଟେ ତାଙ୍କ ପ୍ରଡକ୍ସନ ହାଉସର ଆଉ ଏକ ଫିଲ୍ମ ପ୍ରଡ୍ୟୁସ୍ ହେଉଛି ଏବଂ ତାହା ହେଉଛି ଏକ୍ ଦିନ ,ଯାହା ତାଙ୍କ ପୁଅ ଜୁନୈଦ ଖାନଙ୍କର। ଏହି ଫିଲ୍ମରେ ଜୁନୈଦଙ୍କ ସହ ସାଇ ପଲ୍ଲବୀ ଲିଡ୍ ରୋଲରେ ଅଛନ୍ତି।