ସୁନ୍ଦରଗଡରେ ଲଜ୍ଜା, ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୨ ଅଟକ

Published By : Prameya-News7 Bureau | March 02, 2025 IST

ରାଉରକେଲା ୦୨/୦୩: ସୁନ୍ଦରଗଡରେ ପୁଣି ଲଜ୍ଜା । ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଚାନ୍ଦିପୋଷ ଥାନା ଅଞ୍ଚଳରୁ ଆସିଛି ଅଭାବନୀୟ ଘଟଣା । ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳରୁ ଚାନ୍ଦିପୋଷକୁ ନିର୍ବନ୍ଧ ପାଇଁ ଯାଉଥିଲେ ନାବାଳିକା । 

ତେବେ ୨ ଜଣ ଯୁବକ ପ୍ରଲୋଭନ ଦେଖାଇ ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.