ନୂଆଦିଲ୍ଲୀ ୦୯/୦୫: ଯୁଦ୍ଧ ସ୍ଥିତି ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ । ୩ ସେନା ମୁଖ୍ୟ ଓ CDSଙ୍କ ସହ କଥାହେଲେ ରାଜନାଥ ସିଂହ । ୨ ଘଣ୍ଟାର ରୁଦ୍ଧଦ୍ୱାର ବୈଠକରେ ଜୋରଦାର ଆଲୋଚନା । ତିନି ସେନାର ମୁଖ୍ୟ ଏବଂ ସିଡିଏସ୍ ଅନିଲ ଚୌହାନଙ୍କ ସହ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଯାହାର ଫଟୋ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସେୟାର କରାଯାଇଛି । ଗୁରୁବାର ରାତିରେ ପାକିସ୍ତାନ ରକେଟ୍, ମିସାଇଲ୍ ଏବଂ ଡ୍ରୋନ୍ ଦ୍ୱାରା ଆକ୍ରମଣ କରିଥିଲା । କିନ୍ତୁ ପୂର୍ବରୁ ପ୍ରସ୍ତୁତ ଥିବା ଭାରତୀୟ ସୁରକ୍ଷା ବଳ ସେ ସବୁକୁ ଧ୍ୱଂସ ବିଧ୍ୱଂସ କରିଦେଇଥିଲା ।
ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସେୟାର କରାଯାଇଥିବା ଏହି ଫଟୋ ବୟାନ କରୁଛି ଅନେକି କିଛି । ଯାହା ଲାଗୁଛି ଅନେକ କିଛି ନିଷ୍ପତ୍ତି ହୋଇଛି ଏହି ମିଟିଂରେ । ସୀମାରେ ଶତ୍ରୁମାନଙ୍କୁ ଧୂଳି ଚଟାଇବା ପରେ ଚାଲିଛି ଆଗାମୀ ରଣନୀତି । ଲଗାତାର ୩ ଦିନ ଧରି ପୂରା ବିଶ୍ୱ ଦେଖୁଛି ଭାରତ ପରାକ୍ରମ । ଅପରେସନ୍ ସିନ୍ଦୂର ଆରମ୍ଭ ହେବା ପରେ ବିଳିବିଳାଉଛି ପାକ୍, କରିଚାଲିଛି ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ । ପାକିସ୍ତାନର ସବୁ ପ୍ରକାର ଆକ୍ରମଣ ପ୍ରୟାସକୁ ପଣ୍ଡ କରିଚାଲିଛି ଭାରତୀୟ ସେନା ।
ଗୁରୁବାର ରାଜନାଥ ସିଂହ କହିଥିଲେ ଆମେ ପିଓକେ ଆତଙ୍କୀ ସଙ୍ଗଠନକୁ ଧ୍ୱଂସ କରିଛୁ ଏବଂ ଭାରତୀୟ ସେନାର ବିଜୟ ହୋଇଛି । ବହୁ ସଂଖ୍ୟାରେ ଆତଙ୍କବାଦୀ ନିପାତ କରିଛୁ । ଭାରତୀୟ ସେନା ଅକଳ୍ପନୀୟ କାମ କରିଛି,ଆମ ସେନା ଅଦମ୍ୟ ସାହସ ଓ ସୌର୍ଯ୍ୟ ଦେଖାଇଛନ୍ତି । ଆମେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରିନୁ କିନ୍ତୁ ସଠିକ୍ ଭାବରେ ଅପରେସନ୍ ସିନ୍ଦୂର ଚାଲିଛି । ପୂରା ବିଶ୍ୱ ଦେଖୁଛି ସେନାର ଶକ୍ତି ।