ପାରିବାରିକ କଳହ ନେଲା ଉଗ୍ରରୂପ, ୭ ମାସର ଶିଶୁ କନ୍ୟାକୁ କଚାଡି ମାରିଲା ପିଶାଚ ବାପା

Published By : Prameya-News7 Bureau | June 03, 2025 IST

ଉଦଳା ୩।୬: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ୪ନଂ କଲୋନୀ ଅନ୍ତର୍ଗତ ନୋଟାରୀପଶିରେ ଅଭାବନୀୟ ଘଟଣା । ୭ ମାସର ଶିଶୁ କନ୍ୟାକୁ କଚାଡି ମାରିଲା ପିଶାଚ ବାପା। ପାରିବାରିକ କଳହରୁ ଶିଶୁ କନ୍ୟାକୁ ହତ୍ୟା କରିଛି ଅଭିଯୁକ୍ତ ବାପା ସଞ୍ଜୟ ଚାତାର । ତେବେ ଘଟଣାସ୍ଥଳରେ ଅଭିଯୁକ୍ତ ସଞ୍ଜୟକୁ ମାଡ଼ ମାରିଛନ୍ତି ସ୍ଥାନୀୟ ବାସିନ୍ଦା । ସଞ୍ଜୟକୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ସଞ୍ଜୟଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଡ଼ୁବୁରୀରେ ଲେବର କାମ କରୁଥିବା ବେଳେ ରଙ୍ଗ୍‌ ନମ୍ବରରୁ କଣ୍ଟାପାଳ ୪ନଂ କଲୋନୀର ଜନନୀ ମୁଣ୍ଡାଙ୍କ ସହ ପ୍ରେମ ବିବାହ କରିଥିଲେ । ସଞ୍ଜୟ ଦୁଇ ବର୍ଷ ହେବ ଶ୍ୱଶୁର ଘର ନୋଟାରୀପଶିରେ ରହି ଟ୍ରାକ୍ଟର ଗାଡିରେ ଲେବର କାମ କରୁଥିଲେ । ବାହାଘର ପର ଠାରୁ ଜନନୀଙ୍କୁ ସଞ୍ଜୟ ମାଡ ମାରିବା ସହ ନିର୍ଯାତନା ଦେଇ ଆସୁଥିଲେ । ସୋମବାର ଚାଉଳ କିଣିବା ପାଇଁ ବଜାରକୁ ଯାଇଥିବା ବେଳେ ସେଠାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାକୁ ନେଇ ଶିଶୁ କନ୍ୟାକୁ ସବୁ ଦିନ ପାଇଁ ରାସ୍ତାରୁ ହଟେଇ ଦେବି ବୋଲି କହି ଶିଶୁକୁ କଚାଡି ମାରିଥିଲା ପିଶାଚ ବାପା । ଏ ନେଇ ଖବର ପାଇ କଙ୍କଡ଼ାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

You Can Read:

ହାଇଓ୍ୱା ଧକ୍କାରେ ଚାଲିଗଲା ଭୀମଙ୍କ ଜୀବନ, ଗାଁ ଲୋକଙ୍କ ରାସ୍ତା ଅବରୋଧ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.