ଚମ୍ପୁଆ ହୁଞ୍ଜପଶି ଗାଁରେ ମହୁମାଛି ଆତଙ୍କ, ୮ ଛାତ୍ରଛାତ୍ରୀ ଆହତ,ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | April 12, 2025 IST

ଚମ୍ପୁଆ ୧୨/୦୪: କୁନି କୁନି ପିଲାମାନେ ଅଟୋରେ ଯାଉଥିଲେ ସ୍କୁଲ । ହଠାତ ଗାଁ ମୁଣ୍ଡରେ କୁଆଡୁ ମାଡି ଆସିଲେ ଶହ ଶହ ମହୁମାଛି । ପିଲାଙ୍କୁ ଗୋଡାଇ ଗୋଡାଇ ବିନ୍ଧିଲେ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ହୁଞ୍ଜପଶି ଗାଁରେ ଆତଙ୍କ ଖେଳାଇଛନ୍ତି ମହୁମାଛି । ମହୁମାଛି ଆକ୍ରମଣରେ ୮ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି  । ସମସ୍ତ ଛାତ୍ରଛାତ୍ରୀ କାଳିକାପ୍ରସାଦ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର । 

ପିଲାମାନେ ହୁଞ୍ଜପଶି ଗାଁରୁ ଏକ ଅଟୋରେ ସ୍କୁଲକୁ ଯିବାବେଳେ ଘଟିଛି ଅଘଟଣ । ହଠାତ ଆକ୍ରମଣ କରିଥିଲେ ମହୁମାଛି । ପ୍ରାଣ ବିକଳରେ ଯିଏ ଯୁଆଡେ ପାରିଲେ ଧାଇଁଲେ । ହେଲେ ମହୁମାଛି କଣ ଛାଡନ୍ତି । ଗୋଡାଇ ଗୋଡାଇ ପିଲାଙ୍କୁ ବିନ୍ଧିଲେ । ଏଥିରେ ପିଲାଙ୍କ କାନ,ବେକ ଓ ହାତ ଫୁଲିଯାଇଛି । ଅଟୋ ଡ୍ରାଇଭର ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଚମ୍ପୁଆ ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି । 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.