ବୌଦ୍ଧ ୧୦।୧: ବୌଦ୍ଧ ବନଖଣ୍ଡ କୁସଙ୍ଗ ରେଞ୍ଜ ଅନ୍ତର୍ଗତ ମହାନଦୀ ସାତକୋଶିଆ ଗଣ୍ଡରେ ସରିଲା କୁମ୍ଭୀର ଗଣନା । ତିନି ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ଶେଷ ହୋଇଛ । ସମୁଦାୟ ୧୯ଟି କୁମ୍ଭୀର ଗଣନା ହୋଇଥିବା ସୂଚନା ମିଳିଛି । ୧୧ଟି ଘଡିଆଳ ଓ ୮ଟି ମଗର ପ୍ରଜାତିର କୁମ୍ଭୀର ଥିବା ସୂଚନା ମିଳିଛି । ୩ଟି ବଡ଼ ଘଡିଆଳ ଓ ୮ଟି ଛୁଆ ଘଡ଼ିଆଳ ରହିଛନ୍ତି । ୫ ଟି ବଡ ମଗର ଓ ୩ ଟି ଛୁଆ ମଗର ରହିଛନ୍ତି । ସୂଚନାଯୋଗ୍ୟ ଯେ, ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ବୌଦ୍ଧ ଜିଲ୍ଲା ସାତକୋଶିଆ ଗଣ୍ଡରେ କୁସଙ୍ଗ ରେଞ୍ଜ ପକ୍ଷରୁ ରେଞ୍ଜ ଅଧିକାରୀ ସଂସାର ବର୍ଗିଆଙ୍କ ନେତୃତ୍ୱରେ ଚଳିତ ବର୍ଷର କୁମ୍ଭୀର ଗଣନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ କୁମ୍ଭୀର ଗଣନା ସରିଥିବା ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି । ମହାନଦୀର ଏହି ଗଣ୍ଡରେ ୨୦୨୪ ମସିହାରେ ୩୫ ଗୋଟି କୁମ୍ଭୀର ଅଣ୍ଡାରୁ ସୁସ୍ଥ ଶାବକ ଜନ୍ମ ନେଇଥିଲେ l ବର୍ଷା ଋତୁ ପୂର୍ବରୁ କୁମ୍ଭୀର ଶାବକ ଅଣ୍ଡାରୁ ଜନ୍ମ ନେଇଥିବାରୁ ନଦୀ ବନ୍ୟାରେ କିଛି ଶାବକ ପ୍ରତି ବର୍ଷ ଅନ୍ୟତ୍ର ଚାଲି ଯାଇଥାନ୍ତି l ଶେଷରେ ପ୍ରତି ବର୍ଷ ଅବଶିଷ୍ଟାଂଶ କୁମ୍ଭୀରଙ୍କ ବଂଶ ରକ୍ଷା ନେଇ କୁମ୍ଭୀର ଗଣନା କାର୍ଯ୍ୟକ୍ରମ ହେଉଥିବା ବେଳେ ଚଳିତ ବର୍ଷ ରେଞ୍ଜ ଅନ୍ତର୍ଗତ ମାରଡ଼ା ଠାରୁ ଶୀତଲପାଣି, ଶୀତଲପାଣି ଠାରୁ ହରଭଙ୍ଗା ଏବଂ ହରଭଙ୍ଗା ଠାରୁ ଅଏଡା ପର୍ଯ୍ୟନ୍ତ ତିନି ଭାଗରେ ତିନୋଟି ଟିମ୍କୁ ଭାଗ କରାଯାଇ ମାଛମରା ଡଙ୍ଗାରେ ନଦୀ ଭିତରେ ଉନ୍ନତ ମାନର କ୍ୟାମେରା, ବାଇନାକୁଲର ଯନ୍ତ୍ର ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଛି l ଏହି ତିନି ଗୋଟି ଟିମ୍ରେ ୩ ଜଣ ଫରେଷ୍ଟର, ୩ ଜଣ ଫରେଷ୍ଟଗାର୍ଡ ଓ ୬ ଜଣ ସ୍କ୍ୱାଡ୍ କର୍ମଚାରୀ ସାମିଲ ଥିଲେ । ତେବେ ଏହି କୁମ୍ଭୀର ଗଣନା କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲିଥିବା ବେଳେ ଉକ୍ତ ରେଞ୍ଜ ଅଧୀନରେ ସମୁଦାୟ ୧୯ ଗୋଟି କୁମ୍ଭୀର ଗଣନା କରାଯାଇଛି l ଘଡ଼ିଆଳ ପ୍ରଜାତିର ବଡ଼ ୩ ଗୋଟି, ଛୁଆ ୮ ଗୋଟି ଏବଂ ମଗର ପ୍ରଜାତିର ବଡ଼ ୫ ଗୋଟି ଓ ଛୁଆ ୩ ଗୋଟି ଗଣତି କରାଯାଇଥିବାର ରେଞ୍ଜ ଅଧିକାରୀ ସଂସାର ବର୍ଗିଆ ସୂଚନା ଦେଇଛନ୍ତି l
You Can Read:
ପୁଣି ଦୁର୍ଘଟଣା ଘଟାଇଲା ‘ମୋ ବସ୍’, ମର୍ସିଡିଜ୍ କାର୍କୁ ପଛପଟୁ ଦେଲା ଧକ୍କା