ନୂଆଦିଲ୍ଲୀ: ବାରଣାସୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ଦେଖିବାକୁ ମିଳିଛି । ସିଗରା ରୁଦ୍ରାକ୍ଷ କନଭେନସନ ସେଣ୍ଟରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାହାରିବା ସମୟରେ ଜଣେ ଯୁବକ ହଠାତ୍ ତାଙ୍କ କାର୍କେଡ ସାମ୍ନାକୁ ଡେଇଁପଡ଼ିଥିଲେ । ଆଉ କାର୍କେଡ ଆଗକୁ ଏଭଳି ଭାବରେ ଜଣେ ଯୁବକଙ୍କ ଡେଇଁପଡ଼ିବା ଫରେ ଯୁବକଙ୍କ ଡେଇଁପଡ଼ିବା ଫଳରେ ସୁରକ୍ଷା ଏଜେନ୍ସୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ପୋଲିସ୍ ଯୁବକଙ୍କୁ ତୁରନ୍ତ ଗିରଫ କରିଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍କେଡ ଯିବା ପରେ ତାଙ୍କୁ ସିଗରା ଥାନା ନିଆଯାଇଥିଲା। ଯୁବକଙ୍କ ପାଖରେ ଏକ ଫାଇଲ ମଧ୍ୟ ମିଳିଛି।
ସୂଚନା ଅନୁଯାୟୀ, ଶନିବାର ବାରଣାସୀରେ ପ୍ରଧାନମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ପିଏମ ମୋଦୀ ରୁଦ୍ରାକ୍ଷ କନଭେନସନ ସେଣ୍ଟରରୁ ଏୟାରପୋର୍ଟ ବାହାରିଥିଲେ। ହେଲେ ଏହି ସମୟରେ ଗାଜୀପୁର ନିବାସୀ ଜଣେ ଯୁବକ ତାଙ୍କ କାର୍କେଡ ଆଗକୁ ଆସିଥିଲା। ଯୁବକଙ୍କ ଯେଉଁଠିକୁ ଡେଇଁଥିଲା ସେଠାରୁ ମୋଦୀଙ୍କ ଗାଡ଼ି ମାତ୍ର ୧୦ ଫୁଟ୍ ଦୂରରେ ରହିଥିଲା। ତେବେ ସୁରକ୍ଷାକର୍ମୀ ସଙ୍ଗେ ସଙ୍ଗେ ପୋଲିସକର୍ମୀ ଯୁବକଙ୍କୁ ଧରିନେଇଥିଲେ ଏବଂ ଯୁବକଙ୍କୁ ଥାନାକୁ ନେଇଥିଲେ। ପୋଲିସ୍ ପଚରାଉଚରାରେ ଯୁବକ କହିଛନ୍ତି ଯେ ସେ ସେନାରେ ଭର୍ତ୍ତି କରିବା ପାଇଁ ପ୍ରସ୍ତୁତି କରୁଛି। ଯୁବକଙ୍କ ପାଖରେ ଏକ ଫାଇଲ୍ ମଧ୍ୟ ମିଳିଛି। ଯୁବକ ଜଣକ କହିଛି ପ୍ରାୟ ଏକ ଘଣ୍ଟାରୁ ପିଏମ ମୋଦୀଙ୍କ କାର୍କେଡ ଯିବାର ଅପେକ୍ଷା କରୁଥିଲା।
ଆହୁରି ପଢ଼ନ୍ତୁ: ଜି-୨୦ରେ ଡ୍ୟୁଟି କରିଥିବା ଯବାନଙ୍କ ସହ ଡିନର କରିବେ ପିଏମ ମୋଦୀ
ଯୁବକ ପୋଲିସ୍କୁ କହିଛି ଯେ, ପୂର୍ବରୁ ସେନା ଭର୍ତ୍ତି ପାଇଁ ଶାରୀରିକ ପରୀକ୍ଷା ପୂରା କରିଛନ୍ତି ହେଲେ ତାଙ୍କୁ ମେଡିକାଲ ପରୀକ୍ଷଣରେ ବାହାର କରିଦିଆଯାଇଛି। ଏହା ପରେ ସେ ଅନେକ ସ୍ଥାନରେ ଅନୁରୋଧ କରିଥିଲେ ବି କେହି ଶୁଣିନଥିଲେ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ପାଖରେ ନିଜର ଅନୁରୋଧ ପହଞ୍ଚାଇବାକୁ ଚାହୁଥିଲା। ଆଉ ଏଭଳି କରିଥିଲା। ତେବେ ବର୍ତ୍ତମାନ ପୋଲିସ୍ ଉକ୍ତ ଯୁବକଙ୍କୁ ନିଜ ହେପାଜରେ ରଖିଛି।