ମୁମ୍ଵାଇ ୧୯।୦୫; ବଲିଉଡ ସୁପରଷ୍ଟାର ଅମୀର ଖାନ ଏବେ ଚର୍ଚ୍ଚାରେ ରହିଛନ୍ତି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଯୋଗୁଁ ଅମୀର ଖାନଙ୍କୁ ବହୁତ ଟ୍ରୋଲ କରାଯାଉଛି । ବଲିଉଡର ତିନି ଖାନ ଶାହରୁଖ, ସଲମାନ ଏବଂ ଅମୀର ଖାନ ଭାରତ-ପାକିସ୍ତାନ ବିବାଦକୁ ନେଇ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଯାହା ପରେ ଏମାନଙ୍କୁ ଟ୍ରୋଲର କରାଯାଇଛି । ଯାହା ପରେ ଅମୀରଙ୍କ ଆଗାମୀ ଚଳଚ୍ଚିତ୍ର 'ସୀତାରେ ଜମିନ୍ ପର'କୁ ବୟକଟ କରିବା ପାଇଁ ଦାବି ହେଉଛି । ଏପରି ପରିସ୍ଥିତିରେ, ଅମୀର ଖାନ ଏକ ବଡ଼ ପଦକ୍ଷେପ ନେଇ ପୁଣି ଥରେ ଟ୍ରୋଲ ହୋଇଛନ୍ତି।
ଅମୀର ଖାନଙ୍କ ପ୍ରଡକ୍ସନ ହାଉସ 'ଅମୀର ଖାନ ପ୍ରଡକ୍ସନ'ର ଏକ ଇନଷ୍ଟାଗ୍ରାମ ପେଜ୍ ଅଛି ଯାହାର ଡିପି (ଡିସପ୍ଲେ ଫିକ୍ଚର)ରେ ତ୍ରିରଙ୍ଗା ପତାକାରେ ପରିବର୍ତ୍ତନ କରାଯାଇଛି। ଏହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। କିନ୍ତୁ ଅଭିନେତାଙ୍କୁ ଏବେ ବି ଟ୍ରୋଲ୍ କରାଯାଉଛି । ଇନଷ୍ଟାଗ୍ରାମ ବ୍ୟତୀତ, ଅମୀର ଖାନ ଫେସବୁକ ଏବଂ ଏକ୍ସ ହ୍ୟାଣ୍ଡେଲରେ ତାଙ୍କର ଡିପି ମଧ୍ୟ ପରିବର୍ତ୍ତନ କରିଛନ୍ତି। ଏବେ ଏହାକୁ ନେଇ ଅଭିନେତାଙ୍କୁ ମଧ୍ୟ ଏଥିରେ ବହୁତ ଟ୍ରୋଲ୍ କରାଯାଉଛି । ଲୋକମାନେ ଫିଲ୍ମ 'ସୀତାରେ ଜମିନ୍ ପର'କୁ ବୟକଟ ପାଇଁ ଦାବି କରୁଛନ୍ତି।
କହିବାକୁ ଗଲେ 'ସୀତାରେ ଜମିନ୍ ପର'କୁ 'ଆର.ଏସ୍ ପ୍ରସନ୍ନ ନିର୍ଦ୍ଦେଶନା ଦେଇଛନ୍ତି । ଅମୀର ଖାନ ଏବଂ ଅପର୍ଣ୍ଣା ପୁରୋହିତ ଏହାକୁ ପ୍ରଯୋଜନା କରିଛନ୍ତି । ଏଥିରେ ଅମୀର ଖାନ ବାସ୍କେଟବଲ୍ ଟିମ୍ ସହିତ ନଜର ଆସିବେ । ଜେନେଲିଆ ଡିସୁଜା ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମଟି ୨୦ ଜୁନ୍ ୨୦୨୫ରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି ।