ଫୋର୍ବସ ତାଲିକାରେ ଅନନ୍ୟା ପାଣ୍ଡେ, ଜାହ୍ନବୀ-ସାରାଙ୍କୁ ପଛରେ ପକାଇ ହାସଲ କଲେ ସଫଳତା

Published By : Prameya-News7 Bureau | May 19, 2025 IST

ମୁମ୍ଵାଇ ୧୯।୦୫; ପ୍ରତି ବର୍ଷ ଭଳି ଫୋର୍ବସ ପତ୍ରିକା ଏବର୍ଷ ମଧ୍ୟ ନିଜର  ‘୩୦ ଅଣ୍ଡର ୩୦ ଏସିଆ’ ତାଲିକା ଜାରି କରିଛି । ଏହି ତାଲିକାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ  କରିଥିବା ୩୦ ବର୍ଷରୁ କମ୍‌ ବୟସର ୩୦ଜଣଙ୍କୁ ସାମିଲ  କରାଯାଇଥାଏ । ଫିଲ୍ମ ଓ ମନୋରଞ୍ଜନ କ୍ଷେତ୍ରରୁ ଏବର୍ଷ ଏଥିରେ ୪ ଜଣ ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରେ  ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ସାମିଲ।

ବର୍ତ୍ତମାନ  ସମୟର ଦୁଇ ଚର୍ଚ୍ଚିତ ଅଭିନେତ୍ରୀ ଜାହ୍ନବୀ କପୁର ଓ  ସାରା ଅଲ୍ଲୀ ଖାନ୍‌ଙ୍କୁ ପଛରେ ପକାଇ ସେ ଏହି ସଫଳତା  ହାସଲ କରିଛନ୍ତି। ୨୦୧୯ରେ ଆସିଥିବା ‘ଷ୍ଟୁଡେଣ୍ଟ ଅଫ୍‌ ଦ  ଇୟର-୨’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ ଡେବ୍ୟୁ କରିଥିଲେ  ଅନନ୍ୟା । ଏହାପରେ ତାଙ୍କୁ ‘ପତି ପତ୍ନୀ ଔର ୱୋ’,  ‘ଲାଇଗର’, ‘ଖୋ ଗୟେ ହମ୍‌ କହାଁ’, ‘କେସରୀ-୨’  ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା । 

ଅଭିନୟ ବ୍ୟତୀତ   ଅନନ୍ୟା ସୋସିଆଲ୍‌ ମିଡିଆରେ ବି ବେଶ୍‌ ସକ୍ରିୟ । ତାଙ୍କର  ଇନ୍‌ଷ୍ଟାଗ୍ରାମରେ ପ୍ରାୟ ୨୫.୯ ନିୟୁତ ଫଲୋଅର୍ସ ଅଛନ୍ତି । ଫୋର୍ବସ ତାଲିକାରେ ଅନନ୍ୟା  ପାଣ୍ଡେଙ୍କ ସହ ଅଭିନେତା  ଇଶାନ୍‌ ଖଟ୍ଟର, ଫିଲ୍ମ  ନିର୍ମାତା ସୁଲଗ୍ନା  ଚାଟାର୍ଜୀ, ଗାୟକ ଓ  ଗୀତିକାର ଅନୁଭ  ଜୈନ୍‌ ମଧ୍ୟ ସ୍ଥାନ  ପାଇଛନ୍ତ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.