ସୁନ୍ଦରଗଡ଼ ୧।୮: ବନ୍ଦ କୋଠରୀରେ ଦୀର୍ଘ ୧୪ ଦିନ । ପଣବନ୍ଦୀ ରଖି ଦୁଷ୍କର୍ମ । ଅକଥନୀୟ ଯୌନ ନିର୍ଯାତନା । ମାରିଦେବାକୁ ମିଳୁଥିଲା ଧମକ । ଏତେ ସବୁ ପରେ ବି ସାହସ ଜୁଟାଇ କୌଶଳକ୍ରମେ ଖସି ଆସିଲେ ପୀଡ଼ିତା । ପୋଲିସ ଆଗରେ ବଖାଣିଲେ ସବୁ କିଛି । ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ କହିବା କଥା, ଗତ ୧୬ ତାରିଖରେ ନାବାଳିକାଙ୍କୁ କୌଶଳକ୍ରମେ ଅପହରଣ କରି ନେଇଥିଲା ଅଭିଯୁକ୍ତ । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସତ୍ତ୍ବେ ଝିଅର ପତ୍ତା ମିଳି ନଥିଲା । ୧୭ ତାରିଖରେ ଥାନାରେ ନିଖୋଜ ଅଭିଯୋଗ କରାଯାଇଥିଲା । ପୋଲିସ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଝିଅର ସନ୍ଧାନ ମିଳିନଥିଲା । ହଠାତ୍ ବୁଧବାର ରହସ୍ୟଜନକ ଭାବେ ନାବାଳିକା ଘରେ ପହଞ୍ଚିଥିଲେ । ଜଣେ ଯୁବକ ତାଙ୍କୁ ଅପହରଣ କରିନେଇ ଏକ ବନ୍ଦ କୋଠରୀରେ ରଖିଥିଲେ । ହତ୍ୟା ଧମକ ଦେଇ ବାରମ୍ବାର ଦୁଷ୍କର୍ମ କରିଥିବା କହିଥିଲେ । ବନ୍ଦ କୋଠରୀରୁ ବାହାରିବାକୁ ନାବାଳିକାକୁ ସୁଯୋଗ ମିଳୁ ନଥିଲା । ବୁଧବାର ଅଭିଯୁକ୍ତ ଘର କବାଟକୁ ବନ୍ଦ କରିବାକୁ ଭୁଲିଯାଇ ବାହାରକୁ ପଳାଇଥିଲା । ଏହାର ସୁଯୋଗରେ ନାବାଳିକା ଜଣକ ଖସି ଆସିବାରେ ସକ୍ଷମ ହୋଇଥିବା କହିଥିଲେ । ଘରେ ପହଞ୍ଚିବା ପରେ ଶାରୀରିକ ଶୋଷଣର କାହାଣୀ କହିଥିଲେ । ଗୁରୁବାର ପୀଡ଼ିତାଙ୍କୁ ଧରି ପରିବାର ଲୋକେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ପରେ ଅପରାହ୍ଣରେ ଅଭିଯୁକ୍ତକୁ ଉଠାଇ ଆଣି ଅଟକ ରଖିଛି । ଶୁକ୍ରବାର କୋର୍ଟ ଚାଲାଣ କରାଯିବ ।
You Can Read:
ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ, ୫ ହଜାର ଟଙ୍କା ନେବାବେଳେ ବରିଷ୍ଠ ରାଜସ୍ବ ସହାୟକ ଧରାପଡ଼ିଲେ