ଲକ୍ଷ୍ନୌ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ୧-୧ ସମାନ ସ୍ଥିତିରେ ରହିଛି। ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ ରବିବାର ଜାନୁଆରୀ ୨୯ରେ ଲକ୍ଷ୍ନୌରେ ଖେଳା ଯାଇଥିଲା। ତେବେ ଏହି ମୁକାବିଲା ପ୍ରଶଂସକ ଏବଂ ଦୁଇ ଦଳ ପାଇଁ ବହୁତ ନିରାଶଜନକ ରହିଥିଲା। ମ୍ୟାଚ୍ରେ କେବଳ ବୋଲରଙ୍କ ପ୍ରାଧ୍ୟାନ୍ୟ ହିଁ ଦେଖିବାକୁ ମିଳିଥିଲା।
ଏହି ମୁକାବିଲାରେ ଦୁଇ ଦଳ ପାଖାପାଖି ୧୦୦-୧୦୦ ରନ କରି ପାରିଥିଲେ। ଏପରିକି ମ୍ୟାଚ୍ରେ ଅଲୋଡା ରେକର୍ଡ ମଧ୍ୟ ସ୍ଥାପନ ହୋଇଛି। ପିଚ୍ ଏମିତି ଥିଲା ଯେ, ମ୍ୟାଚ୍ରେ ଗୋଟିଏ ହେଲେ ଛକା ଦେଖିବାକୁ ମିଳିନଥିଲା। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୦୦ ରନ ଟାର୍ଗେଟ୍ ଦେଇଥିଲା। ଜବାବରେ ଭାରତୀୟ ଦଳ ବହୁତ ମୁସ୍କିଲରେ ଲକ୍ଷ୍ୟର ପିଛା କରିବାରେ ସକ୍ଷମ ହୋଇଥିଲା। ଶେଷ ଓଭରରେ ହିଁ ଭାରତ ୬ ଓ୍ଵିକେଟ୍ରେ ମ୍ୟାଚ୍ ଜିତିବାକୁ ସଫଳ ହୋଇଥିଲା।
ପିଚ୍କୁ ନେଇ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମ୍ୟାଚ୍ ପରେ ସେ କହିଥିଲେ, ସତ କହିବାକୁ ଗଲେ ଏହି ପିଚ୍ ବହୁତ ନିରାଶଜନକ ରହିଥିଲା। ମୋତେ ମୁସ୍କିଲ ପିଚ୍ରେ କୌଣସି ଫରକ ପଡେ ନାହିଁ, ମୁଁ ଏଥିପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ। ମାତ୍ର ଏହି ପିଚ୍ ଟି-୨୦ ପାଇଁ ଯୋଗ୍ୟ ନୁହେଁ। ଚାରିଆଡୁ ସମାଲୋଚିତ ହେବା ପରେ ଇକାନା ଷ୍ଟାଡିୟମ ପ୍ରବନ୍ଧକ ନିଷ୍ପତ୍ତି ନେଇ ପିଚ୍ କ୍ୟୁରେଟରଙ୍କୁ ହଟାଇ ଦେଇଛି।
wp:html/wp:htmlVice-captain @surya_14kumar remained unbeaten in a tricky chase and bagged the Player of the Match award as #TeamIndia registered a 6-wicket victory in Lucknow 👏👏
— BCCI (@BCCI) January 29, 2023
Scorecard ▶️ https://t.co/p7C0QbPSJs#INDvNZ | @mastercardindia pic.twitter.com/LScLxZaqfq
ଭାରତରେ କୌଣସି ପ୍ରକାରର ଟି-୨୦ ମୁକାବିଲାରେ ଏହି ଧରଣର ପିଚ୍ ବହୁତ କମ୍ ଦେଖିବାକୁ ମିଳେ। ଯେଉଁଠାରେ ବ୍ୟାଟରଙ୍କୁ ଏକ ଏକ ରନ ପାଇଁ ସଂଘର୍ଷ କରିବାକୁ ପଡିଛି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଆଉ ଏକ ରେକର୍ଡ ପ୍ରତିଷ୍ଠା ହୋଇଛି। ଏହି ମ୍ୟାଚ୍ରେ ୨୩୯ ବଲ୍ ପଡିଥିଲେ ହେଁ ଗୋଟିଏ ବି ଛକା ହୋଇନଥିଲା। କୌଣସି ବି ଟି-୨୦ ମ୍ୟାଚ୍ରେ ଏହା ପଞ୍ଚମ ଘଟଣା ଯେଉଁଠି ଗୋଟିଏ ହେଲେ ଛକା ଦେଖିବାକୁ ମିଳିନାହିଁ। ଦ୍ଵିତୀୟ ଟି-୨୦ରେ ୧୬ ବ୍ୟାଟର ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ୧୮୩ ରନ କରିଛନ୍ତି। ପୂରା ମ୍ୟାଚ୍ରେ କେବଳ ୧୪ ବାଉଣ୍ଡରୀ ଦେଖିବାକୁ ମିଳିଛି।
wp:heading {"level":4}ଏ ଖବର ପଢନ୍ତୁ- ଦିନେଶ କାର୍ତ୍ତିକଙ୍କ ବଡ ବୟାନ, ଯଦି ବିଶ୍ଵକପ୍ରେ ରୋହିତ ଶର୍ମା କିଛି କମାଲ୍ କରନ୍ତି, ତେବେ…
/wp:headingଭାରତୀୟ ବୋଲିଂ ପ୍ରଶିକ୍ଷକ ପାରସ ମହାମ୍ଵ୍ରେ ପିଚ୍ର ଖୁବ୍ ସମାଲୋଚନା କରିଥିଲେ। ସୂତ୍ର ମୁତାବକ ପିଚ୍ କ୍ୟୁରେଟର ଇକାନା ଷ୍ଟାଡିୟମରେ କଳା ମାଟିର ଦୁଇଟି ପିଚ୍ ପ୍ରସ୍ତୁତ କରିଥିଲେ। ମାତ୍ର ମ୍ୟାଚ୍ର କିଛି ଦିନ ପୂର୍ବେ ଭାରତୀୟ ଦଳ ପ୍ରବନ୍ଧକ ଲାଲ୍ ମାଟିର ପିଚ୍ ପ୍ରସ୍ତୁତ କରିବାକୁ କହିଥିଲେ। ତେଣୁ ପିଚ୍ ପ୍ରସ୍ତୁତ ପାଇଁ ସମୟ ବହୁତ କମ ଥିଲା। ଏହା ସତ୍ତ୍ଵେ ପିଚ୍ କ୍ୟୁରେଟର ତରବରିଆ ଭାବେ ଲାଲ ମାଟିରେ ପିଚ୍ ପ୍ରସ୍ତୁତ କରିଥିଲେ। ମାତ୍ର ଏହି ପିଚ୍ ସେହି ମାନଦଣ୍ଡର ନୁହେଁ, ଯେମିତି ଟି-୨୦ରେ ଖେଳାଯାଏ।