ଚାଷୀଙ୍କୁ ନିମ୍ନମାନର ବିହନ ଦେଉଥିବା ଅଧିକାରୀଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ, ଏଥର ଚାଷୀ ଭଲ ଅମଳ କରିଛନ୍ତି : ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | March 21, 2025 IST

ଭୁବନେଶ୍ବର : ଚାଷୀଙ୍କୁ ନିମ୍ନମାନର ବିହନ ଦେଉଥିବା ଅଧିକାରୀଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ । ଚାଷୀଙ୍କୁ ନିମ୍ନମାନର ବିହନ ଦିଆଯାଉଥିବା ଅଭିଯୋଗ ଉପରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । 

ଯୋଗାଣ ମନ୍ତ୍ରୀ କହିଛନ୍ତି, ଯେଉଁ ଅଧିକାରୀ ଏଥିରେ ସମୃକ୍ତ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏହାକୁ ନେଇ ଲିଖିତ ଆକାରରେ ଅଭିଯୋଗ ଦିଅନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି, ଆଳୁ ପିଆଜ ଦର ଏବେ କମ୍ ଅଛି । ଷ୍ଟୋରେଜ କାପାସିଟି ନଥିବାରୁ ଚାଷୀ ମାନେ ହଇରାଣ ହେଉଛନ୍ତି । ଏହାକୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଶୀତଳ ଭଣ୍ଡାର କରିବେ । ଥରେ ଶୀତଳ ଭଣ୍ଡାର ହୋଇଗଲେ ଆଉ ଅସୁବିଧା ହେବ ନାହିଁ । ଆସନ୍ତାବର୍ଷକୁ ଆଉ ଅସୁବିଧା ରହିବ ନାହିଁ । ଏଥର ଚାଷୀ ଭଲ ଅମଳ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । 


You Can Read:

ଝାରସୁଗୁଡ଼ା ଏୟାରପୋର୍ଟରେ କ୍ରାଇମବ୍ରାଞ୍ଚ ଟିମ୍, ସେପଟେ ମୁଖ୍ୟ ଚିକିତ୍ସାଳୟ ସିଡିଏମ୍‌ଓଙ୍କ ସହ ୩ ଡାକ୍ତର ଏବଂ ନର୍ସଙ୍କ ବୟାନ ରେକର୍ଡ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.