ବାପି ପଣ୍ଡା ଭୁଲ୍ ମାଗ, ନହେଲେ ମୁହଁରେ ରଙ୍ଗ ମାରିବା ସ୍ବପ୍ନ ହୋଇଯିବ : ଜଗତ ଜୀବନ ପଣ୍ଡା

Published By : Prameya-News7 Bureau | April 18, 2025 IST

ଭୁବନେଶ୍ବର ୧୮।୪: ଥମୁନି ଯାତ୍ରା ପାର୍ଟି ବିବାଦ । କଳାକାର ଓ ଯାତ୍ରା ମାଲିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । ଏବେ ବିବାଦରେ ଯାତ୍ରା  ଅଭିନେତା ବାପି ପଣ୍ଡା । ଯାତ୍ରା ମାଲିକଙ୍କ ପ୍ରତି ଅଭିନେତା ବାପି ପଣ୍ଡା ଦେଇଥିବା ମନ୍ତବ୍ୟକୁ ଯାତ୍ରା ପରିଚାଳକଙ୍କ ନିନ୍ଦା ।

ଅଭିନେତା ବାପି ପଣ୍ଡାଙ୍କୁ ଟାର୍ଗେଟ୍ କଲେ ରାଜଧାନୀ ଓ ପାର୍ବତୀ ଗଣନାଟ୍ୟର ପରିଚାଳକ ଜଗତ ଜୀବନ ପଣ୍ଡା । କହିଲେ ବାପି ପଣ୍ଡା ଭୁଲ୍ ମାଗ, ନହେଲେ ମୁହଁରେ ରଙ୍ଗ ମାରିବା ସ୍ବପ୍ନ ହୋଇଯିବ । ଚାଲିଥିବା ଯାତ୍ରାରେ ବିବାଦ ଦିନକୁ ଦିନ ଥମିବା ବଦଳରେ ବଢ଼ି ଚାଲିଛି, ପ୍ରଥମେ ନରି ପଣ୍ଡା ଓ ତୁଳସୀ ମାଲିକଙ୍କ ମଧ୍ୟରେ ହୋଇଥିଲା ବିବାଦ ଏବେ ପୁଣି ମାଲିକ ଓ କଳାକାର ମଧ୍ୟରେ ଉଗ୍ର ରୂପ ନେଲାଣି । 

ରାଜଧାନୀ ଅପେରା ମାଲିକ ଓ କଳାକାର କର୍ମଚାରୀ ସଂଘର ଉପଦେଷ୍ଟା ବାପି ପଣ୍ଡାଙ୍କ ମତକୁ ନେଇ ରାଜଧାନୀ ଅପେରାର ପରିଚାଳକ ଜଗତ ଜୀବନ ପଣ୍ଡା ସାମ୍ବାଦିକ ସମ୍ମିଳନୀ କରିଛନ୍ତି । କହିଛନ୍ତି ଯଦି ଆଗାମୀ ଦିନରେ ବାପି ପଣ୍ଡା କ୍ଷମା ପ୍ରାର୍ଥନା ନକରନ୍ତି ତେବେ ଆଗାମୀ ଦିନରେ ବାପି ପଣ୍ଡା ରଙ୍ଗ ପାଉଡ଼ର ମାରି ପାରିବେ ନାହିଁ ।

ସୂଚନାଯୋଗ୍ୟ ଯେ, ଯାତ୍ରାରେ ଦେଖାଦେଉଥିବା ବିବାଦ ସମ୍ପର୍କରେ କଳାକାର ମହାସଂଘ ଉପଦେଷ୍ଟା ବାପି ପଣ୍ଡା କହିଥେଲେ ଯେ, ଯାତ୍ରା କାହାର ପୈତୃକ ସମ୍ପତ୍ତି ନୁହେଁ ଯେ କଳାକାରକୁ ବ୍ୟାନ୍ କରିଦେବେ । କଳାକାର ଚାହିଁଲେ ଯାତ୍ରା ଅନୁଷ୍ଠାନ ବନ୍ଦ ହୋଇଯିବ । ବିନା କାରଣ ଦର୍ଶାଅ ନୋଟିସରେ କେମିତି ବ୍ୟାନ୍ କରିଦେଲେ । ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କୁ ବ୍ୟାନ୍ କଲେ କେମିତି । ଆଜିର ଦିନରେ କଳାକାର ସୁରକ୍ଷିତ ନୁହଁନ୍ତି । ଆଇପିଏଲ୍‌‌ରେ ନିଲାମି ଭଳି ଯାତ୍ରା କଳାକାରଙ୍କ ନିଲାମି ହେଲେ ଫାଇଦା ହେବ । ନରି ପଣ୍ଡାଙ୍କୁ ମାଡ଼ ମାରିବା ଘଟଣା ପୋଲିସର ତଦନ୍ତ ନେଇ ସନ୍ଦେହ । ଏହାକୁ ଦେଖି ଘୃଣା ଆସିଗଲାଣି, ଯାତ୍ରା ଛାଡ଼ିବାକୁ ନିଷ୍ପତ୍ତି ନେବାକୁ ଭାବୁଛି ବୋଲି ସେ ପ୍ରକାଶ କରିଥିଲେ ।

ତେବେ ଟଙ୍କା କାରବାରକୁ ନେଇ ନରି ପଣ୍ଡାଙ୍କ ଉପରେ ଆକ୍ସନ ନେଇଥିଲା ଯାତ୍ରା ମାଲିକ ସଂଘ । ଅନ୍ୟପଟେ ତାଙ୍କୁ ମାଡ଼ ମରାଯାଇଥିଲା । ଯାତ୍ରା ମାଲିକ ସଂଘ ବୈଠକରେ ନରି ପଣ୍ଡା ଏବଂ ପ୍ରତାପ ମହାନ୍ତିଙ୍କୁ ବ୍ୟାନ୍ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

You Can Read:

ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ, ଏପ୍ରିଲ ୨୨ସୁଦ୍ଧା କାର୍ଡ ପ୍ରସ୍ତୁତ କରିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.