ଭୁବନେଶ୍ଵର: ସ୍ଥଗିତ ରହିଲା ତ୍ରି- ସ୍ତରୀୟ ପଞ୍ଚାୟତ ଉପ ନିର୍ବାଚନ। ସଅଳ ମୌସୁମୀ ଆସୁଥିବାରୁ ପଞ୍ଚାୟତ ଉପ ନିର୍ବାଚନ ସ୍ଥଗିତ ରଖିବାକୁ ରାଜ୍ୟ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। ଜୁନ ୨୩ରେ ଉପନିର୍ବାଚନ ହେବା ନେଇ ତାରିଖ ଘୋଷଣା ହୋଇଥିଲା। ମୋଟ୍ ୧୧୩୧ଟି ଖାଲି ପଦ ପାଇଁ ଏହି ନିର୍ବାଚନ ହୋଇଥାନ୍ତା। ଏ ନେଇ ବୁଧବାର ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ କୁମାର ଦାସ।
ସୂଚନାଯୋଗ୍ୟ, ରାଜ୍ୟରେ ୧୦୪୩ ୱାର୍ଡ ମେମ୍ବର, ୪୦ ସମିତି ସଭ୍ୟ, ୪୩ ସରପଞ୍ଚ ଏବଂ ୫ଟି ଜିଲ୍ଲା ପରିଷଦ ଏହି ପରି ମୋଟ୍ ୧୧୩୧ ସମୁଦାୟ ପଦବୀ ଖାଲି ରହିଛି। ଏସବୁ ପଦରେ ଉପ ନିର୍ବାଚନ ପାଇଁ ନୋଟିଫିକେସନ ହୋଇଥିଲା। ତେବେ ଜିଲ୍ଲା ଅଧିକାରୀ ଓ ଆଶାୟୀ ପ୍ରାର୍ଥୀ ମାନେ ମୌସୁମୀ ବର୍ଷା ପାଇଁ ତାରିଖ ପରିବର୍ତ୍ତନ ପାଇଁ କହିଥିଲେ। ଏଥିପାଇଁ IMDକୁ ରିପୋର୍ଟ ମଗାଯାଇଥିଲା। ସଅଳ ମୌସୁମୀର ଆଗମନ କାରଣରୁ ଉପନିର୍ବାଚନ ପାଇଁ ହୋଇଥିବା ବିଜ୍ଞପ୍ତିକୁ ସ୍ଥଗିତ ରଖାଯାଇଛି। ମୌସୁମୀ ପରେ ପରବର୍ତ୍ତୀ ତାରିଖ ସମୟ ଦେଖି ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି।
Also read: ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ, ପାସ୍ ହାର ୮୨.୭୭%, ପୁୁଣି ପୁଅଙ୍କୁ ଟପିଲେ ଝିଅ