ମୁମ୍ଵାଇ ୧୮।୦୬; ୨୦୨୪ରେ ସଞ୍ଜୟଲୀଳା ଭଂସାଲୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିଲା ୱେବ୍ସିରିଜ୍ 'ହୀରାମଣ୍ଡି' । ଏହି ୱେବ୍ସିରିଜ୍ରେ ବଲିଉଡର ଅନେକ ଅଭିନେତ୍ରୀ ନିଜ ଜଲୱା ଦେଖାଇଥିଲେ । ନେଟ୍ଫ୍ଲିକ୍ସରେ ଷ୍ଟ୍ରିମ୍ ହୋଇଥିବା ଏହି ୱେବ୍ସିରିଜ୍କୁ ଖୁବ ପସନ୍ଦ କରିଥିଲେ ଦର୍ଶକ । ପ୍ରତ୍ୟେକ ଭୂମିକା ଦର୍ଶକଙ୍କ ଉପରେ ପ୍ରଭାବ ପକାଇଥିଲା ।ଏହାପରେ ବି 'ହୀରାମଣ୍ଡି' ଅଭିନେତ୍ରୀଙ୍କୁ ଏବେ ଇଣ୍ଡଷ୍ଟ୍ରିରେ କାମ ମିଳିବା ମୁସ୍କିଲ ହୋଇପଡ଼ିଛି । ଏହାକୁ ନେଇ ଅଭିନେତ୍ରୀ ଅଦିତି ରାଓ ହାଇଦରୀ ଏକ ସାକ୍ଷାତକାର ବେଳେ ଖୁଲାସା କରିଛନ୍ତି।
ସଞ୍ଜୟଲୀଲା ଭଂସାଲୀଙ୍କ ୱେବ୍ସିରିଜ୍ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ ଅଦିତିରାଓ ହାଇଦରୀ । ନିଜ ଅଭିନୟରେ ସେ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଥିଲେ । ସଫଳତା ସତ୍ତ୍ୱେ ତାଙ୍କ ହାତରେ ଏବେ କୌଣସି ପ୍ରୋଜେକ୍ଟ ନାହିଁ । ଏନେଇ ଅଦିତି ଏକ ସାକ୍ଷାତାକାରରେ ନିଜେ ଖୁଲାସା କରିଛନ୍ତି । ମନୋରଞ୍ଜନ ଦୁନିଆରେ ଅଭିନେତ୍ରୀମାନଙ୍କୁ କେଉଁ ସବୁ ଚ୍ୟାଲେଞ୍ଜର ସାମ୍ନାକୁ କରିବାକୁ ପଡ଼େ ତାହାରି ଉପରେ ଆଲୋଚନା କରିଥିଲେ।
ଅଦିତି କହିଛନ୍ତି, 'ହୀରାମଣ୍ଡି'ରେ ଅଭିନୟ ପାଇଁ ମୋତ ଖୁବ୍ ଭଲପାଇବା ଓ ପ୍ରଶଂସା ମିଳିଥିଲା । କିନ୍ତୁ ଏହି ସଫଳତା ପରେ ବି ମୋତେ କାମ ମିଳିବା ମୁସ୍କିଲ ହୋଇଯାଇଛି । ଏବେ ହାତରେ କୌଣସି ପ୍ରୋଜେକ୍ଟ ନାହିଁ । 'ହୀରାମଣ୍ଡି'ରୁ ବହୁତ କିଛି ପାଇଲି, ହେଲେ କ୍ୟାରିୟର ଟର୍ଣ୍ଣିଂପଏଣ୍ଟ ସାବ୍ୟସ୍ତ ହୋଇପାରିନାହିଁ । କିନ୍ତୁ ଏଯାଏଁ ନୂଆ କାମ ପାଇଲି ନାହିଁ । ମୁଁ କାମ ଅପେକ୍ଷାରେ ଅଛି। କହିବାକୁ ଗଲେ ଆଗକୁ ସେ ଇମ୍ତିଆଜ୍ ଅଲୀଙ୍କର ‘ଓ ସାଥୀ ରେ’ ରେ ନଜର ଆସିବେ । ସେଥିରେ ତାଙ୍କ ବିପକ୍ଷରେ ଅବିନାଶ ତିୱାରୀଙ୍କୁ ଦେଖିବାକୁ ମିଳିବ ।