ଭୁବନେଶ୍ବର ୧୦।୧: ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜନତା ମଇଦାନ ଠାରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେଇଛନ୍ତି । ଏହାସହ ବିଭିନ୍ନ ଗ୍ୟାଲେରିର ଷ୍ଟଲ ବୁଲି ଦେଖିଛନ୍ତି ରାଷ୍ଟ୍ରପତି । ସେଠାରେ ଉପସ୍ଥିତ ସମସ୍ତ ପ୍ରବାସୀ ଭାରତୀୟ ଅତିଥି ଏବଂ ଜନସାଧାରଣଙ୍କୁ ରାଷ୍ଟ୍ରପତି ସମ୍ବୋଧିତ କରିଛନ୍ତି ।
ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ପ୍ରଦର୍ଶନୀ କକ୍ଷ ବୁଲି ଦେଖିଛନ୍ତି । ପ୍ରଦର୍ଶନୀ କକ୍ଷରେ ପ୍ରାଚୀନ ଓଡ଼ିଶା ଇତିହାସ ଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଶା ଇତିହାସ, ପାଇକ ବିଦ୍ରୋହ ଠାରୁ ନେଇ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିବାର ଗୌରବମୟ ଯାତ୍ରାକୁ ଖୁବ୍ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି । ଓଡ଼ିଶାର କଳା, ଭାସ୍କର୍ଯ୍ୟ, ସାହିତ୍ୟ ଓ ସଂସ୍କୃତିର ଝଲକ ପ୍ରଦର୍ଶନୀ କକ୍ଷରେ ଦେଖିବାକୁ ମିଳୁଛି ।
You Can Read:
ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, କିଛି ପଞ୍ଚାୟତ ପ୍ରତିନିଧି ଓ ବିଶାଲ ଦାସ ଅଟକ ଥିବା ନେଇ କଲେ ଅବଗତ