ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, କିଛି ପଞ୍ଚାୟତ ପ୍ରତିନିଧି ଓ ବିଶାଲ ଦାସ ଅଟକ ଥିବା ନେଇ କଲେ ଅବଗତ

Published By : Prameya-News7 Bureau | January 10, 2025 IST

ଭୁବନେଶ୍ବର ୧୦୧: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଛତିଶଗଡ଼ ସରେଇପାଲି ଥାନାରେ ଝାରସୁଗୁଡା ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଲ ଦାସ ଅଟକ ଘଟଣା ଚିଠି ଲେଖିଛନ୍ତି ନବୀନ । କିଛି ପଞ୍ଚାୟତ ପ୍ରତିନିଧି ଓ ବିଶାଲ ଦାସ ସରେଇପାଲି ଥାନାରେ ଅଟକ ଥିବା ନେଇ ଚିଠିରେ ନବୀନ ଅବଗତ କରିଛନ୍ତି । ସେମାନ ଅଟକ ଥିବା କାରଣରୁ ଅନାସ୍ଥା ଭୋଟ୍ ବାଧାପ୍ରାପ୍ତ ହୋଇଛି । କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଥିଲା ଅନାସ୍ଥା ଭୋଟିଂ ।

ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍ ପୂର୍ବରୁ ଛାତିଶଗଡ଼ ସରେଇପାଲି ଥାନାରେ ଅଟକ ହୋଇଥିଲେ ପିଆରଆଇ ମେମ୍ବର l ଗୁରୁବାର ରାତି ୧୧ଟାରୁ ୧୨ ଜଣ ପିଆରଆଇ ମେମ୍ବର ଅଟକ ଥିବାବେଳେ ସେମାନଙ୍କ ଠାରୁ ସୂଚନା ପାଇ ଝାରସୁଗୁଡା ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଲ ଦାସ ପିଆରଆଇ ମେମ୍ବର ମାନଙ୍କୁ ଆଣିବା ପାଇଁ ଛତିଶଗଡ଼ ଯାଇଥିଲେ l ତେବେ ରାତି ୨ଟାରେ ବିଶାଲ ସେଠାକୁ ପହଞ୍ଚିବା ପରେ ପୋଲିସ ପିଆରଆଇ ମେମ୍ବରଙ୍କ ସହ ବିଶାଲ ଦାସଙ୍କୁ ମଧ୍ୟ ଅଟକ କରିଥିବା ଦୀପାଳି ଅଭିଯୋଗ କରିଥିଲେ l ଏହି ଘଟଣାକୁ ନେଇ ଦୀପାଳି ଦାସ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ଦେଇଥିଲେ l ସେ କହିଥିଲେ ଗୁରୁବାର ରାତିରୁ ଭାଇ ବିଶାଲ ଦାସଙ୍କ ସହ କିର୍ମିରା ବ୍ଲକର ସରପଞ୍ଚ ସମିତି ମେମ୍ବର ମାନଙ୍କୁ ଛତିଶଗଡ଼ର ପୋଲିସ ଷ୍ଟେସନରେ ଅଟକ କରାଯାଇଥିଲା l ଓଡ଼ିଶା ପୋଲିସ ଛତିଶଗଡ଼ ଯାଇ ସେଠାକାର ପୋଲିସ ସହାୟତାରେ କୌଣସି ସର୍ଚ୍ଚ ୱାରେଣ୍ଟ ବିନା ପିଆରଆଇ ମେମ୍ବରଙ୍କୁ ଅଟକ ରଖିଥିଲେ l କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଥିବା ଅନାସ୍ଥା ପ୍ରସ୍ତାବକୁ ପ୍ରଭାବିତ କରିବା ପାଇଁ ଏହି ପ୍ରକାର ଉଦ୍ୟମ କରାଯାଉଥିବା ଦୀପାଳି କହିଥିଲେ l କାହିଁକି ଅଟକ କରାଯାଇଛି ସେନେଇ ମଧ୍ୟ କୌଣସି ସଠିକ ସୂଚନା ଦିଆଯାଉନଥିବା ଦୀପାଳି କହିଥିଲେ l ବିଶାଲ ଦାସ ଏବଂ ପିଆରଆଇ ମେମ୍ବର ଯଦି ଶୀଘ୍ର ଝାରସୁଗୁଡାରେ ନ ପହଞ୍ଚିବେ ସେଥିପାଇଁ ଓଡିଶା ସରକାର, ଛତିଶଗଡ଼ ପୋଲିସ ଓ ଓଡ଼ିଶା ପୋଲିସ ଦାୟୀ ହେବେ ବୋଲି ଦୀପାଳି କହିଥିଲେ l 

ଅନ୍ୟପଟେ କିର୍ମିରା ସମିତି ସଭ୍ୟା ବାସନ୍ତୀ ଧୂରୁଆ, ତାଙ୍କ ସ୍ୱାମୀ ରମେଶ ଚନ୍ଦ୍ର ଧୂରୁଆ, ଅର୍ଡl ସମିତି ସଭ୍ୟା ଗୁଳାପି ଗର୍ଡିଆ, ଅର୍ଡl ସରପଞ୍ଚ ବିନାପାଣି ପୋଢ, ପାନପାଲି ସମିତି ସଭ୍ୟ କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ନିଖୋଜ ଥିବା ନେଇ ଲାଇକେରା ଥାନାରେ ସମ୍ପର୍କୀୟ ମାନେ ଅଭିଯୋଗ କରିବା ପରେ ସ୍ଥାନୀୟ ପୋଲିସ MMR ପଞ୍ଜିକୃତ କରି ତଦନ୍ତ ଚଳାଇ ଛତିଶଗଡ଼ରେ ଚଢାଉ କରିଥିବା ଜଣାପଡିଥିଲା  l 

ଅନ୍ୟପଟେ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା କହିଥିଲେ, କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଶୁକ୍ରବାର ସକାଳ ୧୦ଟା ୩୦ରେ ସମୟ ଧାର୍ଯ୍ୟ ହୋଇଥିଲା l  ରିଟର୍ଣ୍ଣିଂ ଅଫିସର ଭାବରେ ପିଏଆଇଟିଡିଏ ସଂଜୀବ କୁମାର ପଟେଲ ଯାଇଥିଲେ l ସେଠାରେ ମିଟିଂ କଣ୍ଡକ୍ଟ ହେବା ପରେ ଉପଜିଲ୍ଲାପାଳଙ୍କ ନିକଟରେ ସେ ଏକ ରିଜୋଲେସନ ଦେଇଥିଲେ l ଧାର୍ଯ୍ୟ ସମୟ ମଧ୍ୟରେ କୌଣସି ସଭ୍ୟ ଭୋଟ୍ ଦେବା ପାଇଁ ଆସି ନଥିବା ରିଜୋଲେସନରେ ଉଲ୍ଲେଖ ଅଛି l ପଞ୍ଚାୟତ ସମିତି ଆକ୍ଟ ୪୬ ବିରେ କୁହାଯାଇଛି ଦୁଇ ତୃତୀୟାଂଶରୁ କମ୍ ସଭ୍ୟ ଆସିଲେ ବାତିଲ ହୁଏ l ତେବେ ଥରେ ଏହି ରିଜୋଲେସନ ବାତିଲ ହେବା ପରେ ବର୍ଷେ ଯାଏଁ ଏନେଇ ରିଜୋଲେସନ ଆଗତ ହୋଇପାରିବ ନାହିଁ ବୋଲି ଉପଜିଲ୍ଲାପାଳ କହିଥିଲେ l

You Can Read:

ସାଧାରଣ ଲୋକ ବୁଲିପାରିବେ ପ୍ରବାସୀ ଭାରତୀୟ ସମ୍ମିଳନୀ, ଶୁକ୍ରବାର ସନ୍ଧ୍ୟାରୁ ୧୨ ସନ୍ଧ୍ୟା ଯାଏଁ ଖୋଲା ରହିବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.