ଭୁବନେଶ୍ୱର ୩୦।୦୮ : ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଆସନ୍ତା ନଭେମ୍ବର, ଡିସେମ୍ବର ମାସରେ ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧୀ ଆସିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପିସିସି ସଭାପତି ଭକ୍ତଚରଣ ଦାସ ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଆଗାମୀ ଦିନରେ ରାଜ୍ୟ କଂଗ୍ରେସ ପକ୍ଷରୁ ବଡ଼ କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ଯୋଗ ଦେବା ପାଇଁ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ। ଭୋଟ ଚୋରି, ଗରିବୀ, ନାରୀ ସୁରକ୍ଷା ଆଦି ପ୍ରସଙ୍ଗକୁ ନେଇ ହେବ ବିଶାଳ କାର୍ଯ୍ୟକ୍ରମ। ଏହି ଗସ୍ତ ଅବସରରେ ରାହୁଲ ଗାନ୍ଧୀ ରୋଡ଼ ଶୋ କରିବେ, ବିଶାଳ ସଭାରେ ଯୋଗ ଦେବେ ଓ ବିଭିନ୍ନ ଜିଲ୍ଲାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହେବେ।
ତେବେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ । ରାଜ୍ୟ କଂଗ୍ରେସ ଉପରେ କେତେ ଉଫେକ୍ଟ ପକାଇବ । ତାହା ଦେଖିବାକୁ ବାକି ରହିଲା । ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ହେବ ରାଜ୍ୟର ଶାସନ ଗାଦିଠାରୁ ଦୂରରେ ରହିଛି କଂଗ୍ରେସ । ୧୯୯୫ ମସିହାରେ ଶେଷ ଥର ପାଇଁ ରାଜ୍ୟରେ ସରକାର ଗଠନ କରିଥିଲା କଂଗ୍ରେସ । ଏହାପର ନିର୍ବାଚନ ଠାରୁ କଂଗ୍ରେସ ଦଳ ଲଗାତର ଭାବେ ଉନ୍ନତ ପ୍ରଦର୍ଶନ କରିନାହିଁ । ତେବେ ଦେଖାଯାଉ ରାହୁଲଙ୍କ ଗସ୍ତ ରାଜ୍ୟ କଂଗ୍ରେସକୁ କେତେ ସହଯୋଗ କରୁଛି ।