ଭୁବନେଶ୍ବର ୧୦।୧: ସାଧାରଣ ଲୋକ ଆସି ବୁଲିପାରିବେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ବିଭିନ୍ନ ଗ୍ୟାଲେରୀର ଷ୍ଟଲ ବୁଲି ଦେଖି ପାରିବେ ସାଧାରଣ ଲୋକ । ଶୁକ୍ରବାର ସନ୍ଧ୍ୟା ଠାରୁ ୧୨ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବୁଲି ଦେଖିପାରିବେ ସାଧାରଣ ଲୋକ । ଏ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀକୁ ଦୁଇରୁ ତିନି ଦିନ ଯାଏଁ ଲୋକଙ୍କ ପାଇଁ ବଢାଇବାକୁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଥିଲେ, ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ବହୁତ ଭଲ କାର୍ଯ୍ୟକ୍ରମ । ଆୟୋଜନ ବହୁତ ସୁନ୍ଦର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ।
ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ପ୍ରଦର୍ଶନୀ ଆଉ ଦୁଇ କିମ୍ବା ତିନି ଦିନ ବଢ଼ାଇବା ରାଜ୍ୟ ସରକାରଙ୍କୁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମକୁ ନେଇ ଲୋକଙ୍କ ମନରେ ବେଶ ଉତ୍ସାହ ରହିଛି । ଲୋକଙ୍କ ପାଇଁ ଆଉ ଦୁଇରୁ ତିନି ଦିନ ବଢାଯାଉ ବୋଲି ମତ ଦେବା ସହ ସାଧାରଣ ଲୋକ ଖାସ କରି ଯୁବବର୍ଗ ଏହାକୁ ଦେଖିବାକୁ ଅପିଲ କରିଥିଲେ । ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏଭଳି ପ୍ରଦର୍ଶନ ଓଡ଼ିଶାର କଳା ସଂସ୍କୃତି, ପରମ୍ପରା ସବୁକୁ ଗୋଟିଏ ବାସ୍କେଟ୍ରେ ବିଶ୍ୱ ଆଗରେ ରଖାଯାଇଛି ।
You Can Read:
ପ୍ରବାସୀ ଭାରତୀୟ ସମ୍ମିଳନୀକୁ ୨ରୁ ୩ ଦିନ ଲୋକଙ୍କ ପାଇଁ ବଢାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତାବ