ସାମ୍ନାକୁ ଆସିଲା ‘ଗଲୱାନ’ରେ ସଲମାନ ଖାନଙ୍କ ଭୟଙ୍କର ଚେହେରା , ଖୁବ୍‌ ପସନ୍ଦ କଲେ ପ୍ରଶଂସକ

Published By : Prameya-News7 Bureau | July 04, 2025 IST

ମୁମ୍ୱାଇ –ବଲିଉଡ୍‌ ଅଭିନେତା ସଲମାନ ଖାନ ଏହି ସମୟରେ ନିଜର ଫିଲ୍ମ ‘ଗଲୱାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଲଗାତାର ‘ଗଲୱାନ’କୁ ନେଇ ନୂଆ ଅପଡେଟ୍‌ ସାମ୍ନାକୁ ଆସୁଛି। ପ୍ରଶଂସକ ମଧ୍ୟ ସଲମାନଙ୍କର ଏହି ଫିଲ୍ମକୁ ନେଇ ଖୁବ୍‌ ଏକ୍ସାଇଟେଡ୍ ଅଛନ୍ତି। ଏହି ମଧ୍ୟରେ ଏବେ ଦବଙ୍ଗ ଖାନ ନିଜର ଆଗାମୀ ଫିଲ୍ମ ‘ଗଲୱାନ’ରେ ନିଜର ପ୍ରଥମ ଝଲକ ଦେଖାଇଛନ୍ତି।

ରକ୍ତ ଜୁଡୁବୁଡୁ ନଜର ଆସିଲେ ସଲମାନ –

ସଲମାନ ଖାନ ଶୁକ୍ରବାର ଅର୍ଥାତ୍‌ ୦୪ଜୁଲାଇରେ ନିଜର ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ‘ଗଲୱାନ’ ଫିଲ୍ମର ଏକ ମୋଶନ ପୋଷ୍ଟର ଜାରି କରିଛନ୍ତି। ଏହି ପୋଷ୍ଟରେ ସଲମାନ ଦମଦାର ଲୁକ୍‌ରେ ନଜର ଆସୁଛନ୍ତି। ପୋଷ୍ଟରେ ସଲମାନ ଖୁବ୍‌ ଗୁରୁତର ଥିବା ଦେଖା ଯାଉଛନ୍ତି। ତାଙ୍କର ମୁହଁ ରକ୍ତରେ ଜୁଡୁବୁଡୁ। ଖାଲି ଏତିକି ନୁହେଁ, ସେ କଣ୍ଟା ତାରରେ ବନ୍ଧା ହୋଇଥିବା ନଜର ଆସୁଛି। ତାଙ୍କର ଆଖିରେ ଏକ ଭିନ୍ନ ପ୍ରକାରର ବିରକ୍ତି ଭାବ ଦେଖା ଯାଉଛି। 

ଫିଲ୍ମର ମୋଶନ ପୋଷ୍ଟର ଜାରି କରିବା ସହ ହିଁ ସଲମାନ କ୍ୟାପସନରେ ଲେଖିଛନ୍ତି, ‘ଗଲୱାନ ଭ୍ୟାଲି’। ସଲମାନ ଖାନଙ୍କ ଫିଲ୍ମ ‘ଗଲୱାନ’ର ମୋଶନ ପୋଷ୍ଟରରେ ତାଙ୍କର ଲୁକ୍‌କୁ ପ୍ରଶଂସକ ଖୁବ୍‌ ପସନ୍ଦ କରୁଛନ୍ତି, ଏହା ଉପରେ କମେଣ୍ଟ କରି ୟୁଜର୍ସ ଦବଙ୍ଗ ଖାନଙ୍କର ଖୁବ୍‌ ପ୍ରଶଂସା କରୁଛନ୍ତି। ଜଣେ ୟୁଜର ଏହା ଉପରେ କମେଣ୍ଟ କରି ଲେଖିଛନ୍ତି, ଭାଇ ବକ୍ସ ଅଫିସ ଭାଙ୍ଗି ଦେବେ , ଅନ୍ୟ ଜଣେ ଲେଖିଛନ୍ତି , ଭାଇଙ୍କର ଜବାବ ନାହିଁ। ଆଉ ଜଣେ ଲେଖିଛନ୍ତି ,ଏହି ଥର ବକ୍ସ ଅଫିସରରେ ଧମାକା ହେବ। 

କହି ରଖୁଛୁ କି , ସଲମାନ ଖାନଙ୍କ ଏହି ଫିଲ୍ମ ‘ଗଲୱାନ’ ସତ କାହାଣୀ ଉପରେ ଆଧାରିତ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.