ପ୍ରବାସୀ ଭାରତୀୟ ସମ୍ମିଳନୀକୁ ୨ରୁ ୩ ଦିନ ଲୋକଙ୍କ ପାଇଁ ବଢାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତାବ

Published By : Prameya-News7 Bureau | January 10, 2025 IST

ଭୁବନେଶ୍ବର ୧୦୧: ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀକୁ ଦୁଇରୁ ତିନି ଦିନ ଯାଏଁ ଲୋକଙ୍କ ପାଇଁ ବଢାଇବାକୁ ପ୍ରସ୍ତାବ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ବହୁତ ଭଲ କାର୍ଯ୍ୟକ୍ରମ । ଆୟୋଜନ ବହୁତ ସୁନ୍ଦର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ । 

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ପ୍ରଦର୍ଶନୀ ଆଉ ଦୁଇ କିମ୍ବା ତିନି ଦିନ ବଢ଼ାଇବା ରାଜ୍ୟ ସରକାରଙ୍କୁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମକୁ ନେଇ ଲୋକଙ୍କ ମନରେ ବେଶ ଉତ୍ସାହ ରହିଛି । ଲୋକଙ୍କ ପାଇଁ ଆଉ ଦୁଇରୁ ତିନି ଦିନ ବଢାଯାଉ ବୋଲି ମତ ଦେବା ସହ ସାଧାରଣ ଲୋକ ଖାସ କରି ଯୁବବର୍ଗ ଏହାକୁ ଦେଖିବାକୁ ଅପିଲ କରିଛନ୍ତି । ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏଭଳି ପ୍ରଦର୍ଶନ ଓଡ଼ିଶାର କଳା ସଂସ୍କୃତି, ପରମ୍ପରା ସବୁକୁ ଗୋଟିଏ ବାସ୍କେଟ୍‌ରେ ବିଶ୍ୱ ଆଗରେ ରଖାଯାଇଛି । 

You Can Read:

ଘରେ ନଥିଲେ ମାଲିକ, କଳାକନା ବୁଲାଇଲେ ଭଡ଼ାଟିଆ : କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍‌ପିଙ୍କ ଦ୍ବାରସ୍ଥ

  • odisha
  • OdishaNews
  • PravasiBharatiyaDivas2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.