ଭଦ୍ରକ ୧୦।୧: ଘରେ ନଥିଲେ ମାଲିକ । କଳାକନା ବୁଲାଇଲେ ଚୋର । ତଦନ୍ତ ବେଳେ ଭଡାଟିଆଙ୍କ ଘରୁ କିଛି ଚୋରି ସାମଗ୍ରୀ ହୋଇଥିଲା ଉଦ୍ଧାର । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଏସ୍ପିଙ୍କୁ ଭେଟିଛନ୍ତି ଘର ମାଲିକ ।
ଅଭିଯୋଗ ଅନୁଯାୟୀ, ଭଦ୍ରକ ସହରାଞ୍ଚଳ ଥାନା ଅଧୀନ କୁଆଂସ ଅଞ୍ଚଳର କଲ୍ୟାଣୀ ସାହୁଙ୍କ ଘରୁ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା । ସହରାଞ୍ଚଳ ଥାନାରେ ଅଭିଯୋଗ ପରେ ପୋଲିସ ସନ୍ଦେହରେ ଘରେ ଭଡ଼ାରେ ରହୁଥିବା ଦୁଇ ଜଣଙ୍କୁ ପଚରାଉଚରା କରିଥିଲା । ପରେ ଯାଞ୍ଚ ବେଳେ ଭଡାଟିଆଙ୍କ ଘରୁ କିଛି ଚୋରି ସାମଗ୍ରୀ ପୋଲିସ ଜବତ କରିଥିଲା । ଏହା ସତ୍ତ୍ବେ ପୋଲିସ ଦୁଇ ଜଣଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ ହୋଇଛି । ଦୁଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ଭଦ୍ରକ ଏସ୍ପିଙ୍କୁ ଭେଟି ନିବେଦନ କରିଛନ୍ତି ଘର ମାଲିକ ।
You Can Read:
ଅନୀଲଙ୍କୁ ଦୁଇ କୋଟି ଟଙ୍କାର ମର୍ସିଡିଜ୍ ଗିଫ୍ଟ କରିଥିଲେ ହଂସିତା, ନଗଦ ଟଙ୍କା ଦେଇ କିଣିଥିଲେ ଏହି କାର୍