୨୦ ବର୍ଷ ପରେ ମଞ୍ଚ ଉପରେ ଦୁଇ ଠାକ୍‌ରେ, ମରାଠା ଅସ୍ମିତା ପାଇଁ ଉଠାଇବେ ସ୍ୱର !

Published By : Prameya-News7 Bureau | July 05, 2025 IST

ମହାରାଷ୍ଟ୍ର ୦୫/୦୭: ମହାରାଷ୍ଟ୍ର ରାଜନୀତିରେ ପୁଣି ହଟଚମଟ । ୨୦ ବର୍ଷ ତଳେ ପରସ୍ପର ଠାରୁ ଅଲଗା ହୋଇଯାଇଥିବା ଦୁଇ ଭାଇ ଆଜି ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି । ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ୍ ଠାକରେ ଓ ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ଉଦ୍ଧବ ଠାକରେ ଆଜି ମହାରାଷ୍ଟ୍ରର ତ୍ରିଭାଷୀ ମୁଦ୍ଦାକୁ ନେଇ ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିଛନ୍ତି । ଆହୁରି ବି ତାଙ୍କ ସହ ସୁପ୍ରିୟା ସୁଲେ ବି ନଜର ଆସିଛନ୍ତି । ତେବେ ମହାରାଷ୍ଟ୍ରରେ ଅନେକ ରାଜନୈତିକ ସମୀକରଣ ଦେଖିବାକୁ ମିଳିବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି । 


ମହାରାଷ୍ଟ୍ରରେ ତ୍ରିଭାଷା ସୂତ୍ର ଲାଗୁ କରିବାକୁ ନେଇ ସରକାର ଆଣିଥିବା ପ୍ରସ୍ତାବକୁ ରାଜ ଠାକରେ ଓ ଉଦ୍ଧବ ଠାକରେ କଡ଼ା ବିରୋଧ କରିଛନ୍ତି । ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର ଗୋଟିଏ ପାଦ ପଛକୁ ଫେରି ଏହି ଆଇନକୁ କିଛିଦିନ ପାଇଁ ସ୍ଥଗିତ ରଖିଛନ୍ତି । ଏହି ଅବସରରେ ଏହା ମରାଠୀମାନଙ୍କ ବିଜୟ ବୋଲି କହି ଏକ ଉତ୍ସବର ଆୟୋଜନ କରାଯାଇଛି । ଏହି ଉତ୍ସବରେ ଗୋଟିଏ ମଞ୍ଚରେ ଉଦ୍ଧବ ଠାକରେ ଓ ରାଜ୍ ଠାକରେ ଏକାଠି ହେବେ । 

୨୦ ବର୍ଷ ଭିତରେ ଉଭୟ ରାଜ ଠାକରେ ଓ ଉଦ୍ଧବ ଠାକରେ ରାଜନୈତିକ ଭାବେ ଅନେକ ଉଥାନ ପତନ ଦେଖିଛନ୍ତି । ଏବେ ଆଗାମୀ ଦିନରେ ହେବାକୁ ଥିବା ମହାନଗରପାଳିକା ନିର୍ବାଚନର ଫଳାଫଳ ଉଭୟ ଭାଇଙ୍କ ରାଜନୈତିକ ଭବିଷ୍ୟତ ନିର୍ଣ୍ଣୟ କରିବ । ଏହାକୁ ନେଇ ବିରୋଧୀ କହିଛନ୍ତି କି, ଏହି ମେଳି ମରାଠୀମାନଙ୍କ ସ୍ୱାର୍ଥ ପାଇଁ ନୁହେଁ ବରଂ ମହାନଗରପାଳିକା ନିର୍ବାଚନ ପାଇଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.