ମୁମ୍ଵାଇ ୧୪।୦୭; ଆଦର ଜୈନଙ୍କ ସହିତ ବିଚ୍ଛେଦ ପରେ ତାରା ସୁତାରିୟାଙ୍କ ହୃଦୟ ଭାଙ୍ଗିଥିଲା । ବିଶେଷ ବାହାରକୁ ବାହାରୁନଥିଲେ ବୋଲି ଶୁଣିବାକୁ ମିଳିଥିଲା । ଏମିତିକି ନିଜର ଯତ୍ନ ବି ନେଉନଥିଲେ । ଏବେ ତ ଲମ୍ବା କେଶ କାଟି ଛୋଟ କରି ଦେଇଛନ୍ତି । ଯଦିଓ କେଶ କାଟିବା ପରେ ବି ତାଙ୍କୁ ସେମିତି ଲାସ୍ୟମୟୀ ଲାଗୁଛି ବୋଲି ତାଙ୍କ ପ୍ରଶଂସକମାନେ କୁହନ୍ତି । ଲମ୍ବା କେଶକି କାଟି ଦେଇ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବା ଶିଖିଛନ୍ତି । ସେହି ନୂଆ ଅଧ୍ୟାୟରେ ମନର ମଣିଷକୁ ଖୋଜି ପାଇଛନ୍ତି ।
ଶୁଣିବାକୁ ମିଳୁଛି ବୀର ପହଡିଆଙ୍କୁ ମନ ଦେଇଛନ୍ତି ତାରା। ଗତ କିଛିଦିନ ଧରି ଏହି ସଂପର୍କ ନେଇ ସୋସିଆଲ୍ ମିଡିଆରେ ବିଭିନ୍ନ କଥା ଦେଖିବାକୁ ମିଳୁଛି । ତାରା ଓ ବୀର ଏକାଠି ବୁଲିବାକୁ ଯାଇଥିବାର ଫଟୋ ଦୁହେଁ ଏକାସାଙ୍ଗରେ ପୋଷ୍ଟ କରିଛନ୍ତି । ଏକ ପ୍ରମୋଦ ତରୀରେ ଦୁହିଁଙ୍କ ଫଟୋ ଦେଖିବା ପରେ ନେଟିଜେନ୍ମାନେ କହୁଛନ୍ତି ଏକାଠି ବୁଲିବାକୁ ଯାଇଥିଲେ ଦୁହେଁ । ଏହାର ଅର୍ଥ ତାରା ଓ ବୀର ପରସ୍ପରକୁ ଡେଟ୍ କରୁଛନ୍ତି । କାରଣ ବୀର ପୋଷ୍ଟ କରିଥିବା ଫଟୋରେ ତାରା ଗୋଟିଏ ହାର୍ଟ ଇମୋଜି ପୋଷ୍ଟ କରିଥିଲେ । ଯଦିଓ ବୀର ତାଙ୍କୁ ଟ୍ୟାଗ୍ କରିନଥିଲେ ।
ସୋସିଆଲ୍ ମିଡିଆରେ ତାରାଙ୍କ ଫ୍ୟାନ୍ସମାନେ କହିଛନ୍ତି ବୀର ହ୍ୟାଣ୍ଡସମ୍, ଗୁଡ୍ ଲୁକିଂ। ତେଣୁ ତାଙ୍କୁ ଡେଟ୍ କରିବାରେ କିଛି ଅସୁବିଧା ନାହିଁ। ଗତ ମାର୍ଚ୍ଚ ମାସରେ ଏକ ଫ୍ୟାସନ ଶୋ’ରେ ଏକାଠି ହାତ ଧରାଧରି ହୋଇ ତାରା ଓ ବୀର ର୍ୟାମ୍ପ ୱାକ୍ କରିଥିଲେ। ସେହି ଦିନରୁ ତାରା ଓ ବୀର ସଂପର୍କରେ ଅଛନ୍ତି ବୋଲି କୁହାଯାଉଛି । କିଛିଦିନ ତଳେ ମୁମ୍ବାଇର ବାନ୍ଦ୍ରାର ଏକ ରେସ୍ତୋରାଁରେ ଦୁହିଁଙ୍କୁ ଡିନର୍ କରୁଥିବାର ଦେଖିବାକୁ ମିଳିଥିଲା ।