ଚେନ୍ନାଇ ୧୪।୭: ତାମିଲନାଡୁରେ ଏକ ଭୀଷଣ କାର ଦୁର୍ଘଟଣାରେ ଜଣାଶୁଣା ଷ୍ଟଣ୍ଟ କଳାକାର ଏସ.ଏମ. ରାଜୁଙ୍କ ପରଲୋକ ହୋଇଛି। ଏହି ଦୁର୍ଘଟଣା ତାମିଲ ଷ୍ଟାର ଆର୍ୟଙ୍କ ଆଗାମୀ ଫିଲ୍ମ ‘ଭେଟ୍ଟୁଭନ’ ସୁଟିଂ କାଳରେ ହୋଇଛି। ହାଇରିସ୍କ କାର ପଲଟିବା ସିନ୍ ସୁଟିଂରେ ଏହି ଦୁର୍ଘଟଣା ଘଟିଛି। ଏହି ଫିଲ୍ମର ନିର୍ଦ୍ଦେଶନା ପା.ରଞ୍ଜିତ ଦେଉଛନ୍ତି। ଏହି ଦୁର୍ଘଟଣାର କିଛି ଭୟାନକ ଭିଜୁଆଲ ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।
ଏହି ଭିଡିଓରେ ଏସ.ଏମ. ରାଜୁଙ୍କୁ ତୀବ୍ରଗତିରେ ଏସୟୁଭି ଚାଳନା କରାଯାଉଥିବା ଦେଖାଯାଉଛନ୍ତି। ଏହା ପରେ ଏସୟୁଭି ଟି ଅଚାନକ ପଲଟି ଯାଉଥିୂବା ଦେଖାଯାଉଛି। ଏଥିରେ ଫିଲ୍ମ ସୁଟିଂରେ ସାମିଲ ଦଳ ବିଚଳିତ ହୋଇପଡୁଛନ୍ତି ଓ ଦୁର୍ଘଟଣାଗ୍ରସ୍ତ ଏସୟୁଭି ଆଡକୁ ଦଉଡୁଛନ୍ତି। ତେବେ ରାଜୁଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଉଛି। ଏହି ଦୁର୍ଘଟଣା ପରେ ସେଟ୍ ରେ ଶୋକର ପରିବେଶ ସୃଷ୍ଟି ହେଉଛି। କାରଣ ଏକ ନିୟନ୍ତ୍ରିତ ଷ୍ଟଣ୍ଟ ଅପ୍ରତ୍ୟାସିତ ଓ ହୃଦୟବିଦାରକ ଦୁର୍ଘଟଣାରେ ରୂପାନ୍ତରିତ ହେଉଛି।
Stunt driver ‘Mohan Raj’ passed away during a risky stunt with a car for the movie #Vettuvam starring Arya and directed by Pa.Ranjith. 😑 pic.twitter.com/63y3OEtE0x
— Cinema Madness 24*7 (@CinemaMadness24) July 14, 2025
ଦୀର୍ଘ ସମୟରୁ ଏସ.ଏମ. ରାଜୁଙ୍କ ବନ୍ଧୁ ତଥା ଅଭିନେତା ବିଶାଲ ପ୍ରଥମେ ଏହି ଦୁଃଖଦ ଖବର ପୁଷ୍ଟି କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସେୟାର କରାଯାଇଥିବା ଭାବୁକ ଶ୍ରଦ୍ଧାଞ୍ଜଳିରେ ବିଶାଳ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି। ଲୋକପ୍ରିୟ ଷ୍ଟଣ୍ଟ କୋରିୟୋଗ୍ରାଫର ଷ୍ଟଣ୍ଟ ସିଲଭା ମଧ୍ୟ ଇଂଷ୍ଟାରେ ଶୋକ ପ୍ରକଟ କରିଛନ୍ତି। ଏସ.ଏମ. ରାଜୁ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଅଭିଜ୍ଞ ଷ୍ଟଣ୍ଟମ୍ୟାନ୍ ଥିଲେ। ସେ ଅନେକ ଫିଲ୍ମରେ ବିପଦଜନକ ଷ୍ଟଣ୍ଟ କରିଛନ୍ତି।
ତେବେ ଏହି ଦୁର୍ଘଟଣା ନେଇ ଏ ପର୍ଯ୍ୟନ୍ତ ଭେଟ୍ଟୁଭନ ଅଭିନେତା ଆର୍ୟ ଅଥବା ଫିଲ୍ମର ନିର୍ଦ୍ଦେଶକ ପା. ରଞ୍ଜିତ କୌଣସି ଅଧିକାରୀକ ବୟାନ ଜାରି କରି ନାହାନ୍ତି। ଭେଟ୍ଟୁଭନ ଏକ ମଲ୍ଟି ଷ୍ଟାରର ଫିଲ୍ମ, ଏଥିରେ ଶୋଭିତା ଧୁଲିପାଲା, ଅଟ୍ଟାକଥି ଦିନେଶ, କଲୈୟାରାସନ ଓ ଲିଙ୍ଗେସ ମଧ୍ୟ ଅଭିନୟ କରୁଛନ୍ତି। କୁହାଯାଉଛି ଏହି ଫିଲ୍ମର ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା।
Stunt master SM Raju dies while performing high-risk car toppling stunt during film shoot in TN.
— BhikuMhatre (@MumbaichaDon) July 14, 2025
Sad! These're REAL unsung heroes who perform dangerous stunts for so-called Superstars who can't even ride a horse for 15 minutes. For that, they either get meagre payments or de@th. pic.twitter.com/oRZRz4MuIW