ଭୁବନେଶ୍ବର ୨୭।୮: ମୁଁ ଆପଣଙ୍କ କ୍ୟାବିନେଟ୍ରେ ସୁନା... ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏଭଳି କହିଛନ୍ତି । ଏ ସରକାର ଲୋକଙ୍କ ସରକାର । ଆମ ଭିତରେ କୌଣସି ଭେଦଭାବ ନାହିଁ, ଟିକେ ଫରକ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ଯେତେବେଳେ ଠିଆ ହୁଏ, ସେ ଗେଡା ଆଉ ମୁଁ ଡେଙ୍ଗା । ମୁଁ ଯେତେବେଳେ ତାଙ୍କ ସହିତ କଥା ହୁଏ ଆଖି ତଳକୁ କରି କଥା ହୁଏ, ସେ ଆଖି ଉପରକୁ କରି କଥା ହୁଅନ୍ତି । ଏହା ପ୍ରଭୁଙ୍କ ଲୀଳା, ଜମିକୁ ଏବଂ ମାଟିକୁ ଅନାଇ ଚାଲିବା ଦରକାର । ଆମର ରାଜ୍ୟ ଭରପୁର ଖଣି ଖାଦାନ ଅଛି, ଆମ ରାଜ୍ୟରେ ଚାରୋଟି ଜିଲ୍ଲାରେ ସୁନା ଅଛି ଏବଂ ଆପଣଙ୍କ କ୍ୟାବିନେଟ୍ରେ ଗୋଟେ ସୁନା ମୁଁ ଅଛି ବୋଲି କୃଷି ମନ୍ତ୍ରୀ କହିଛନ୍ତି ।
ସେପଟେ ଧାନ ବେପାରୀଙ୍କୁ କୃଷି ମନ୍ତ୍ରୀ ଚରମ ବାଣୀ ଶୁଣାଇଛନ୍ତି । ଛତିଶଗଡରୁ ଧାନ ଆଣି ବେପାରୀମାନେ ଆମ ରାଜ୍ୟରେ ବିକୁଛନ୍ତି । ସେମାନଙ୍କ ବିରୁଦ୍ଧରେ ଶୂନ୍ୟସହନଶୀଳ ନୀତି ଅନୁଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କୁ ସିଧା ଜେଲ୍ରେ ପୁରାଯିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି ।
You Can Read:
ବରିଷ୍ଠଙ୍କ ଅଭିଜ୍ଞତା ଓ ଯୁବ ମାନଙ୍କ ଉତ୍ସାହ ନେଇ କାମ ହେବ : ସଂଗ୍ରାମ, ଝଡ଼, ଲଢେଇ ଘରୁ ଘରୁ ଆରମ୍ଭ ହେବ