ସୁପରଭାଇଜରଙ୍କୁ ମାଡ଼ ମାରିଲେ CDPO ! ଥାନାରେ ମାମଲା

Published By : Prameya-News7 Bureau | October 27, 2023 IST

ଚଣ୍ଡିଖୋଲ ୨୭।୧୦: ସୁପରଭାଇଜରଙ୍କୁ ମାଡ଼ ମାରିଲେ ସିଡିପିଓ । ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ଏଭଳି ଘଟଣା ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳରେ ଘଟିଛି ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବଡ଼ଚଣା ଆଇସିଡିଏସ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ସୁପରଭାଇଜରଙ୍କୁ ସିଡିପିଓ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ସୁପରଭାଇଜର ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗୁରୁବାର ଅଫିସ ସମୟରେ ସୁପରଭାଇଜରଙ୍କ ସହ ସିଡିପିଓଙ୍କର କଥା କଟାକଟି ହୋଇଥିଲା । ସିଡିପିଓ ସୁପରଭାଇଜରଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ । ବିଭିନ୍ନ ସମୟରେ ସିଡିପିଓ ବାରମ୍ବାର ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି । ଏନେଇ ସୁପରଭାଇଜର ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ବଡ଼ଚଣା ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି । ଏ ନେଇ ସିଡିପିଓଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

You Can Read :

wp:embed {"url":"https://www.prameyanews7.com/various-service-associations-wished-v-k-pandian-for-the-new-assignment/","type":"wp-embed","providerNameSlug":"prameya-news-7"}
https://www.prameyanews7.com/various-service-associations-wished-v-k-pandian-for-the-new-assignment/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.